





ଭୁବନେଶ୍ୱର(ସମୃଦ୍ଧଓଡିଶା)କୃତିମ ଗୁଣବତ୍ତା ଯୁଗରେ ଗଣମାଧ୍ୟମ’ ବିଷୟବସ୍ତୁ ଉପରେ ଆଧାରିତ ଅଷ୍ଟମ ଜାତୀୟ ମିଡ଼ିଆ କନକ୍ଲେଭ (NMC) ଶନିବାର ଦିନ ଶୁଭାରମ୍ଭ ହୋଇଯାଇଛି। ଏଥିରେ ଭାରତବର୍ଷର ଗଣମାଧ୍ୟମ, ଗଣ ଯୋଗାଯୋଗ ବିଶେଷଜ୍ଞମାନେ ସାମ୍ବାଦିକତା, ଗଣଯୋଗାଯୋଗ ଶିକ୍ଷା ଏବଂ ଶାସନ ବ୍ୟବସ୍ଥା ରେ କୃତିମ ଗୁଣବତ୍ତା ର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ। ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍) ପକ୍ଷରୁ ଆୟୋଜିତ, ଉତ୍କଳ ବିଶ୍ବବିଦ୍ୟାଳୟ ସହଭାଗିତାରେ କିମ୍ସ ଅଡିଟୋରିୟମରେ ଅନୁଷ୍ଠିତ ଏହି ତିନିଦିନିଆ ମିଡ଼ିଆ ମହାକୁମ୍ଭକୁ ଉଦ୍ଘାଟନ କରି ଇଲେକ୍ଟ୍ରୋନିକ୍ସ , ଆଇଟ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ କୃତ୍ରିମ ଗୁଣବତ୍ତା ଗଣମାଧ୍ୟମ ଓ ଗଣଯୋଗାଯୋଗ କ୍ଷେତ୍ରରେ ଏକ ନୂଆଦିଗନ୍ତ ଓ ପରିବର୍ତ୍ତନ ଆଣିବାକୁ ଯାଉଛି। ଜି.ଡ଼ି.ପି. ହାରବୃଦ୍ଧି ଓ ଅର୍ଥନୀତିକ ଅଭିବୃଦ୍ଧିରେ କୃତିମ ଗୁଣବତ୍ତା ର ପ୍ରମୁଖ ଅବଦାନ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଫରେନ୍ସିକ ବିଜ୍ଞାନ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ଶାଖା ଓଡ଼ିଶାରେ ପ୍ରତିଷ୍ଠିତ ହେବ ଏବଂ ସେଥିରେ କୃତ୍ରିମ ଗୁଣବତ୍ତା ଆଧାରିତ ବିଷୟ ଉପଲବ୍ଧ ହେବ ବୋଲି ଡ ମହଲିଙ୍ଗ କହିଥିଲେ। ଏହି ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବ ଙ୍କୁ ସ୍ମରଣ କରି ସେ କହିଥିଲେ ଯେ ମହତାବ ହେଉଛନ୍ତି ଓଡ଼ିଆ ଅସ୍ମିତା ର ଅନ୍ୟତମ ପ୍ରତୀକ। ଭାରତବର୍ଷର ରାଜସ୍ଵି ରାଜ୍ୟ ମାନଙ୍କୁ ଏକତ୍ରି କରଣ କରିବା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ବୋଲି ଡ ମହାଲିଙ୍ଗ ଆଲୋକପାତ କରିଥିଲେ। ଜାତୀୟ ଗଣମାଧ୍ୟମ କନକ୍ଲେଭ ଅଧ୍ୟକ୍ଷ ତଥା ଆଇ.ଏମ୍.ଏସ. ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣରେ କୃତ୍ରିମ ଗୁଣବତ୍ତା ଓ ସାମାଜିକ କଲ୍ୟାଣ ଦିଗରେ ଏହାର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କଂକ୍ଲେଭରେ ସଭାପତିତ୍ବ କରି ଜେନେରେଟିଭ AI କିପରି ଗଣମାଧ୍ୟମର ପରିଦୃଶ୍ୟକୁ ପ୍ରଭାବିତ କରୁଛି ସେ ସଂପର୍କ ରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ କିଟ୍ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧାୟ କୃତ୍ରିମ ଗୁଣବତ୍ତା କିପରି ଗଣମାଧ୍ୟମର ଗଣତାନ୍ତ୍ତିକରଣ କରିପାରିଛି ସେ ସଂପର୍କ ରେ ଆଲୋକପାତ କରିଥିଲେ। ମଣିପାଲ ଏକାଡେମୀ ଅଫ ହାୟର ଏଜୁକେସନର ବରିଷ୍ଠ ପ୍ରଫେସର ବି. ପି. ସଞ୍ଜୟ ପ୍ରାରମ୍ଭିକ ଭାଷଣରେ ଗଣମାଧ୍ୟମ ଶିକ୍ଷାରେ କୃତ୍ରିମ ଗୁଣବତ୍ତାକୁ କିପରି ବିନିଯୋଗ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ସାମ୍ବାଦିକତା ରେ ଡ ହରେକୃଷ୍ଣ ମହତାବ ଙ୍କ ଅବଦାନ’ ବିଷୟବସ୍ତୁ ଶୀର୍ଷକ ଆଲୋଚନାଚକ୍ର ରେ ସଭାପତିତ୍ବ କରି ସମ୍ବାଦ ଗ୍ରୁପର ଚେୟାରମ୍ୟାନ କହିଥିଲେ ଯେ ଉଭୟ ସାମ୍ବାଦିକତା କ୍ଷେତ୍ରରେ ଡ ମହତାବ ଥିଲେ ଏକ ମାଇଲଖୁଣ୍ଟ। ପଟ୍ଟନାୟକ କହିଥିଲେ ଯେ,”ଆଜି ଆମେ ଡ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକ ପାଳନ କରୁଛୁ I ଯଦି ଓଡ଼ିଶା ରେ ସତ୍ତା ପରିବର୍ତ୍ତନ ହୋଇନଥାନ୍ତା ଏହା କେବେବି ସମ୍ଭବ ହୋଇନଥାନ୍ତା” ଏଡିଟରସ ଗିଲଡ଼ ଅଫ ଇଣ୍ଡିଆ ର ସାଧାରଣ ସମ୍ପାଦକ ରୁବେନ ବାନାର୍ଜୀ, ମଖନଲାଲ ଚତୁର୍ବେଦି ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି କେ.ଜି ସୁରେଶ ଓ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଡ ମହତାବ ଙ୍କର ସାମ୍ବାଦିକତା କ୍ଷେତ୍ରରେ ବଳିଷ୍ଠ ଅବଦାନ, ଏବଂ ଏବେର ପରିବର୍ତ୍ତିତ ସାମ୍ବାଦିକତା ପରିସ୍ଥିତି ରେ ତାଙ୍କର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଡିଜିଟାଲ ମିଡିଆ ଓ ଟେକ୍ନୋଲୋଜି ଉପରେ ଏକ ମନୋଗ୍ରାମ ଉନ୍ମୋଚିତ ହୋଇଥିଲା। ପ୍ରଫେସର ବି.ପି ସଞ୍ଜୟ ଙ୍କୁ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲାଇଫ ଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ପୁରସ୍କୃତ କରାଯାଇ ଥିଲା।
ରିପୋର୍ଟ : ରଜତ ମହାପାତ୍ର