କୃଷକଙ୍କୁ ଅବହେଳାର ପରିଣତି ଭୋଗିଲା ବିଜେପି: ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିସକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଯୋଗୁ ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି ଦଶା ଭୋଗିବାକୁ ପଡ଼ିଲା।” ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ବିଜେପିକୁ ଆଜି ଏପରି ତେରଚ୍ଛା ତୀର ମାରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।“ଆମେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ କାଏମ୍ ରହିଛୁ। ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମସ୍ୟା ସମାଧାନ ହେବ ବୋଲି ଆମେ ଆଶାବାଦୀ” ବୋଲି ନବୀନ କହିଛନ୍ତି।