ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତର କୃଷକ କଲ୍ୟାଣ ସମିତି ପକ୍ଷରୁ ସମସ୍ତ ପଞ୍ଚାୟତବାସୀ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କ ବାସଭବନକୁ ଯାଇ କାମାକ୍ଷାନଗରରେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ୨ ଥର ବିଧାୟକ ହେବା ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦରେ ଅଳଂକୃତ ହୋଇଥିବାରୁ କୃଷକ କଲ୍ୟାଣ ସମିତି ପ୍ରତିନିଧିମାନେ ଅଭିନନ୍ଦନ ଜଣାଇଥିଲେ । ରାଜକିଶୋର ମଲ୍ଲିକ, ନିତ୍ୟାନନ୍ଦ ମଲ୍ଲିକ, ବିଦ୍ୟାଧର ରାଉତ, ଦୟାନିଧି ସାହୁ, ପ୍ରଦୀପ କୁମାର ମଲ୍ଲିକ, କୃଷ୍ଣ ଚନ୍ଦ୍ର ସାହୁ, ମନୋଜ ସାହୁ, ଗେଙ୍ଗୁନିଆ ଓ ବେଣୁଧର ବିଶ୍ୱାଳ, ଚାଷଭ ବିଶ୍ୱାଳ, ଅମୁଲ୍ୟ ବିଶ୍ୱାଳ ପୁଷ୍ପଗୁଚ୍ଛ ଫୁଲ ତୋଳା ଦେଇ ହାର୍ଦ୍ଧିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରିଶେଷରେ ମନ୍ତ୍ରୀ ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତର ଥିବା କୃଷକ ଓ କୃଷି ମାନଙ୍କର ହିତ ଦୃଷ୍ଟିରୁ ସରକାରୀ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଠ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦୁଇ ଦୁଇ ଥର ମନ୍ତ୍ରୀ ହୋଇଥିବାରୁ ବହୁତ ଖୁସିର ସହ ବାର୍ତ୍ତାଳାପ କରିଥିଲେ । ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଢେଙ୍କାନାଳ ଜିଲ୍ଲାର ଗୌରବ ବଜାଇ ରଖିପାରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିଲେ । ସେଥିପାଇଁ ଚାଷୀସମାଜ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି