
ଜଳେଶ୍ୱର (ସମୃଦ୍ଧ ଓଡିଶା) ହରିଆନାର ସରକାର କୃଷକମାନେ ଚଳାଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଲାଠି ପ୍ରହାର କରି ଆହତ କରିବା ଓ ସେଥିରେ ସୁଶିଲ କାଜଲକୁ ମାଡମାରି ହତ୍ୟା କରିବା ବିରୋଧରେ ଜଳେଶ୍ୱରର କୃଷକ ସଂଘର୍ସ ସମନ୍ନୟ ସମିତି ପ୍ରତିବାଦ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ବ୍ୟତିତ ୩ଟି କଳା କୃଷି ଆଇନ୍ ବାତିଲ କରିବା, ଫସଲର ମୂଲ୍ୟ ସୁନିଶ୍ଚିତ କରିବା ଲାଗି ଆଇନ୍ ପ୍ରଣୟନ କରିବା, ୨୦୨୦ ବିଦ୍ୟୁୂତ୍ ଆଇନ୍ ପ୍ରତ୍ୟାହାର ଦାବିରେ ସଂର୍ଘର୍ସ ସମିତିର ଆହ୍ୱାନରେ ଲକ୍ଷ ଲକ୍ଷ ଚାଷୀ ଦୀର୍ଘ ୧୦ ମାସ ଧରି ଦିଲ୍ଲି ରାଜପଥରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କୁ ଦେଶଦ୍ରୋହୀ ମୋକର୍ଦ୍ଦମାରେ ମୋଦି ସରକାର ମାମଲା ରୁଜୁ କରିଛନ୍ତି । ଏ ସବୁକୁ ପ୍ରତିବାଦ କରି ଜଳେଶ୍ୱରରେ କୃଷକ ସଂଘର୍ସ ସମନ୍ନୟ ସମିତି ବିରୋଧ କରି ଦମନ ବନ୍ଦ କରିବା, ମୋକର୍ଦ୍ଦମା ପ୍ରତ୍ୟାହାର କରିବା, ୩୦୨ ଦଫା ଲାଗୁ କରି ତଦନ୍ତ କରିବାକୁ ଦାବି ଜଣାଇଛି । ଅନ୍ୟଥା ସେପ୍ଟେମ୍ବର ୨୭ରେ ଭାରତ ବଂଦର ଚେତାବନୀ ଦେଇଛି । ଦିଲ୍ଲିପ ଗିରିଙ୍କ ସଭାପତିତ୍ୱରେ ସିତାଂଶୁ ସେନାପତି, ଦୀପ୍ତିମାନ ଆଚାର୍ଯ୍ୟ, ଦିତଲ୍ଲିପ ପରିଡା, ପଲ୍ଟୁ ଦାସ, ରତନ ଦାସ, ଜୀବନ ପରିଡା. ରବିନ୍ଦ୍ର ବାରିକ, ଜତିନ୍ ଜେନା, ଆରତୀ ପଲାଇ, ଲକ୍ଷ୍ମୀଧର ପଲେଳଇ. ଗଣେଶ ଭୂୂୟାଁ, ଜିତାଂଶୁ ନନ୍ଦି ପ୍ରମୁଖ ଆନ୍ଦୋଳନ କରିବା ସହ ବକ୍ତବ୍ୟ ରଖିଥିଲେ ।
ରିପୋର୍ଟ : ଭୂପତି ପରିଡା