ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବର୍ତ୍ତନା ଗ୍ରାମର ଚାଷୀ କ୍ଷିତିଶ ବେହେରା ୨୦୧୬ ମସିହାରେ ଗୋଟାଏ ପାୱାରଟିଲର (କେମକୋ କମ୍ପାନୀ)ର ତା-୭/୭/୨୦୧୬ ରିଖରେ ବାଲେଶ୍ଵର ଡିଲର ପାଖରୁ ଆଣିଥିଲେ ଏବଂ ତା-୭/୬/୨୦୧୬ ରେ ସରକାରୀ ସବସିଡି ମଧ୍ୟ ପାଇଥିଲେ । ତାଙ୍କର ମୋଟ ସରକାରୀ ସବସିଡି ୭୫ ହଜାର ଟଙ୍କାରୁ ତା-୨୦/୭/୨୦୧୮ରେ ୨୫ ହଜାର ଟଙ୍କା ସବସିଡି ପାଇଛନ୍ତି । ବାକି ୪୦ ହଜାର ଟଙ୍କା ଅଦ୍ୟାବଧି ମିଳି ପାରି ନ ଥିବାରୁ ସେ ବାରମ୍ବାର କୃଷି ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କର ସରକାରୀ ସବସିଡି ଅର୍ଥ ପାଇ ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଏବଂ ଯଦି ତାଙ୍କର ପାୱାରଟିଲର ସବସିଡି ୧୫ ଦିନ ଭିତରେ ନ ମିଳେ ତାହେଲେ ସେ ଆଗାମୀ ଦିୱାନ ବ୍ଲକ କାର୍ଯ୍ୟାଳୟ ଆଗରେ ଅହରାତ୍ର ଅନଶନରେ ବସିବେ ବୋଲି ଜିଲ୍ଲାପାଳଙ୍କୁ ଦେଇଥିବା ଦରଖାସ୍ତରେ ଉଲ୍ଲେଖ କରିଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା