ରାୟଗଡ଼ା (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୮ତମ ଜନ୍ମ ଜୟନ୍ତି ଉପଲକ୍ଷେ ରାୟଗଡା ସହରରେ ଅତି ନିରାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ସହରର ଗଜପତି ଜୁନକ୍ସନ ଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । କରନା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି କଳା ଓ ସାଂସ୍କୃତିକ ପରିଷଦ ତରଫରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାରାଜାଙ୍କ ଜୟନ୍ତି ପାଳନ କରିଥିଲେ । ଏହି ଅବସରରେ ପରିଷଦର ସମ୍ପାଦକ ଅମୂଲ୍ୟ ରତ୍ନ ସାହୁ, ପ୍ରାଧ୍ୟାପକ ପ୍ରମୋଦ କୁମାର ପରିଛା, ୱାକର୍ସ କ୍ଲବର ସତ୍ୟବାଦୀ ପତି, ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ କୁମାର ପଣ୍ଡା, ଉତ୍କଳ ସମ୍ମିଳନୀ ରାୟଗଡା ସଖାର ସଭାପତି ଗୋପୀନାଥ ସାହୁ, ତ୍ରିପତି ପଣ୍ଡା, ଗୋପ ସୁନ୍ଦର ଦାସ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମହାରାଜାଙ୍କ ସ୍ମୃତି ଚାରଣ କରିଥିଲେ। କରୋନା ର ଭୟାବହାତାକୁ ଦୃଷ୍ଟିରେ ରଖି କମ ସଦସ୍ୟ ଓ ଅତିଥିଙ୍କୁ ନେଇ ଏହି ପୁଣ୍ୟ ପୂଜାର ଆୟୋଜନ କରାଯାଇଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ସ୍ବର୍ଗତ ମହାରାଜାଙ୍କ ଓଡିଶା ପ୍ରତି ତାଙ୍କ ଅବଦାନ ନେଇ ଆଲୋଚନା କରାଯାଇଥିଲା । ଏଥିନେଇ ହେଉଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ବାତିଲ କରାଯାଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ