ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହର ନିକଟରେ ଥିବା ପଥପ୍ରାନ୍ତ ବିଶ୍ରାମକେନ୍ଦ୍ର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଶନିବାର ରାତ୍ର ପ୍ରାୟ ୯ ଘଣ୍ଟ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି । ଏଠାରେ କୃଷ୍ଣାସାର ମୃଗ ରହିଥିବା ବନବିଭାଗ ପାଖରେ ସୂଚନା ଅଛି କି ନାହିଁ ଯଦି ଅଛି ତା ହେଲେ ବିଭାଗ ପକ୍ଷରୁ କୌଣସି ସୂଚନା ଫଳକ କାହିଁକି ଲଗାଯାଇନାହିଁ ଏହା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହାସହ ଏହି ନିରୀହ ମୃଗର ମୃତ ପାଇଁ ଦାୟୀ କିଏ ରହିବେ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଯଦି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଗୋଚର କରନ୍ତି ତେବେ ଆଗାମୀ ଦିନରେ ଏପରି ପ୍ରାଣୀଙ୍କ ମୃତ୍ୟୁ ଦୁର୍ଘଟଣାରେ ଘଟିନପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା