ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁସପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଗୁରୁବାର ଦିନ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗ୍ରାମର ବରିଷ୍ଠ ନାଗରିକ ଅର୍ଜୁନ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ୱାର୍ଡସଭ୍ୟ କେ.ଦୁଖି ଦୋରା ଯୋଗ ଦେଇଥିଲେ । ଗ୍ରାମର ମମତା ରଣା, ସ୍ୱାମୀ ବାବୁଲା ରଣାଙ୍କ ତୃତୀୟ କନ୍ୟାକୁ ମୋ ଗେଲ୍ହା ଝିଅ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଗୋପୀନାଥ ପଟ୍ଟନାୟକ କନ୍ୟା ହେଉଛି ସମ୍ପଦ ତେଣୁ କନ୍ୟାଭୃଣ ହତ୍ୟା ମହାପାପ ଆଜିର କନ୍ୟା ଆସନ୍ତାକାଲିର ନାରୀ ତେଣୁ ଝିଅ ମାନଙ୍କୁ ଉତ୍ତମ ଶିକ୍ଷା ଦେଲେ ସେମାନେ ଜଣେ ଜଣେ ଦେଶର ତଥା ଆମ ରାଜ୍ୟ ଗ୍ରାମର ଗୌରବ ଆଣିବେ ବୋଲି କହିଥିଲେ । ତେଣୁ ସମସ୍ତ ଝିଅ ମାନଙ୍କୁ ସ୍ନେହ ଶ୍ରଦ୍ଧାର ସହ ଉତ୍ତମ ଶିକ୍ଷା ପ୍ରଦାନ କଲେ ସରକାରଙ୍କ ବିଭିନ୍ନ ସହାୟତା ମିଳିବ ବୋଲି କହିଥିଲେ । ଝିଅଟିଏ ଗଛଟିଏ ତେଣୁ ସମସ୍ତେ ଗଛ ଲଗାଇବାକୁ ମଧ୍ୟ କହିଥିଲେ । ଏହାସହ ମହିଳା ମାନଙ୍କୁ ପିଜୁଳି ଗଛ ଟିଏ ଲଗାଇବାକୁ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ଜି.ଶକୁନ୍ତଳା ଦୋରା ପରିଚାଳନ କରିଥିବାବେଳେ ସୁକାନ୍ତି ଡାକୁଆ ସହଯୋଗ କରିଥିଲେ ।
ରିପୋର୍ଟ : ଗୋପୀନାଥ ପଟ୍ଟନାୟକ