

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେଦାରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପୃଷ୍ଟିକର ଉଦ୍ୟାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ କରାଯାଇ ଏହି ଉଦ୍ୟାନର ଶୁଭାରମ୍ଭ ଗତକାଲି କରାଯାଇଛି । ଏଥିରେ ବିଦ୍ୟାଳୟ ପରିସର ମଧ୍ୟରେ ପୁଷ୍ଟିକର ଉଦ୍ୟାନ ପାଇଁ ଅମୃତଭଣ୍ଡା, ସଜନା ଓ କଦଳୀ ଭଳି ଅନେକ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯୋଜନାର ସଫଳ ରୂପାୟନ ବିଷୟରେ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ଏସ.ଗାନ୍ଧୀ ଦୋରା, ବିଦ୍ୟାଳୟ ସଭାପତି କୂରେଶୁ ରଣା ଓ ୱାର୍ଡ ସଭ୍ୟ ଅର୍ଜୁନ ରଣା, ରାମଚନ୍ଦ୍ର ସେଠି, ପ୍ରଭାକର ଘଢେଇ, ଜି.ମାଗୁଣି ଦୋରା, ନୀର ରଣା, ତାରିଣୀ ପଟ୍ଟନାୟକ, ରୀନା, ଝୁନୁ ପଟ୍ଟନାୟକ, ଶିକ୍ଷକ କପିଳ ପାଢ଼ୀ, ଏସ.ବନମାଳୀ ଦୋରା ଉପସ୍ଥିତ ରହିଥିଲେ ।

