

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ‘ଆଇନ ସଚେତନତା ଶିବିର’ ପାଳିତ ହୋଇଯାଇଛି । ଏହି ଶିବିରରେ ଦିଗପହଣ୍ଡି କୋର୍ଟ ବିଚାରପତି ସଞ୍ଜୟ କୁମାର ସୁଭବ୍ରତ ଆଚାର୍ଯ୍ୟ ସଭାପତିତ୍ୱରେ ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ମୁଖ୍ୟବକ୍ତା ରସାନନ୍ଦ ଘଢେଇ ଏବିଇଓ ଏବଂ ସମ୍ମାନିତ ଅତିଥି ଗଣ ଆଇନ ପ୍ରଦ୍ଧିକରଣ ସମ୍ପାଦକ ନୃସିଂହ ଚରଣ ଦାଶ, ଖେମୁଣ୍ଡି ଓକିଲ ସଂଘ ସଭାପତି ରସାନନ୍ଦ ରାଉତ, କେଦାରପୁର ବିଦ୍ୟାଳୟ ହରପ୍ରସାଦ ରଥ, ଶ୍ରୀମତୀ ସ୍ୱୟଂପ୍ରଭା ପଟ୍ଟନାୟକ ସିଆରସିସି, କୁଶପଡା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଏସ. ଗାନ୍ଧୀ ଦୋରା, ୱାର୍ଡ ମେମ୍ବର ଅର୍ଜୁନ ରଣା ଓ ଶିବରାମ ନାୟକ, କେ. ଦୁଃଖୀ ଦୋରା, ଶିକ୍ଷକଗଣ ଏଲ.କୃଷ୍ଣମୂର୍ତ୍ତି ଦୋରା, ରାମଚନ୍ଦ୍ର ସେଠି, ଶୁଭଶ୍ରୀ ସାହୁ, ପ୍ରଭାକର ଘଢେଇ ଉପସ୍ଥିତ ଅତିଥି ମାନେ ଆଇନ ସଚେତନତା ଶିବିର ଆଇନ ସମ୍ପର୍କରେ ଆଲୋଚନା କରିବା ସହ ସଚେତନ କରାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସାମ୍ବିଧାନିକ ମୌଳିକ ଅଧିକାର ଓ ନାଗରିକର ମୌଳିକ କର୍ତ୍ତବ୍ୟ କଣ ଓ ସେମାନେ କେଉଁ କେଉଁ ଅଧିକାରରୁ ବଞ୍ଚିତ ହେଉଛନ୍ତି ଓ ତାଳୁକା ଆଇନ ପ୍ରାଧିକରଣ ତରଫରୁ କିପରି ଗରିବ ଲୋକଙ୍କୁ ମାଗଣାରେ ଆଇନ ପ୍ରଦାନ କରାଯାଇ ପାରିବ ସେହି ବିଷୟରେ ବିଚାରପତି ମହୋଦୟ ପ୍ରାଞ୍ଜଳ ଭାବରେ ତାଙ୍କ ବକ୍ତବ୍ୟରେ ମତ ରଖିବା ସହ ସମସ୍ତଙ୍କୁ ବୁଝାଇଥିଲେ । କୋମଳ ମତି ପିଲାମାନେ କିପରି ଭାବରେ ଦେଶର ସମ୍ବିଧାନକୁ ମାନିନେବା ସହ ଦେଶର ଏକତା, ସାର୍ବଭୌମତା, ଅଖଣ୍ଡତା, ଧର୍ମ ନିରପେକ୍ଷତା, ଶିକ୍ଷାଧିକାର ଆଇନ ଇତ୍ୟାଦି କିପରି ଆଜିର ଛାତ୍ରଛାତ୍ରୀ କାଲିର ନାଗରିକଙ୍କ ହାତରେ ସୁରକ୍ଷିତ ରହିବ, ତାହାଆଇନ ର ବିଭିନ୍ନ ଦିଗକୁ ଆଲୋଚନା କରି ଲୋକଙ୍କ ମଧ୍ୟରେ ଜାଗୃତି ସୃଷ୍ଟି କରିବା ସହ ଉପସ୍ଥିତ ଅନ୍ୟ ବକ୍ତାମାନେ ନିଜ ନିଜସ୍ୱ ମତ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କ ବକ୍ତବ୍ୟରେ ଶିକ୍ଷକଙ୍କ ଉତ୍ତମ ଛାତ୍ରଛାତ୍ରୀ ଗଠନ କରିବାରେ କି ପ୍ରକାର ଭୂମିକା ରହିବା ଦରକାର ରହିବା ଉଚିତ ଓ ପିତାମାତାଙ୍କ ପିଲାପ୍ରତି କି ପ୍ରକାର ଆଭିମଖ୍ୟ ରହିଲେ, ଆମ ଦେଶର ଦୃଢ଼ ବିକାଶଶୀଳ ରାଷ୍ଟ୍ର ହୋଇପାରିବା ସହ ଶିକ୍ଷାଧିକାର ଆଇନ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । କୋର୍ଟର କର୍ମଚାରୀ କାଳିଆ ନାୟକ ସହ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ମାନ୍ୟବର ବିଚାରପତି ଶୁଭାବ୍ରତ ଆଚାର୍ଯ୍ୟ ଓ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ବିଦ୍ୟାଳୟ ପରିସର ମଧ୍ୟରେ ଚାରା ରୋପଣ କରିଥିଲେ ବୋଲି ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ଜଣାଇଛନ୍ତି ।
ରିପୋର୍ଟ : ଗୋପୀନାଥ ପଟ୍ଟନାୟକ