କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ଦିବସ ପାଳିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପିନାଥ ପଟ୍ଟନାୟକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥୀ ଭାବେ ବ୍ଲକ ଉପଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡି ଯୋଗ ଦେଇଥିଲେ । ଏହାସହ କୁଶପଡା ସରପଞ୍ଚ ପ୍ରତିନିଧି ଏସ ଗାନ୍ଧୀ ଦୋରା, କେଦାରପୁର ବିଦ୍ୟାଳୟ ସଭାପତି କ୍ୟୁରେସୁ ରଣା, ୱାର୍ଡ ମେମ୍ବର ଅର୍ଜୁନ ରଣା, ଏସ ବନମାଳୀ, ଉଦୟ ରଣା, ଜି. ବିଦେଶୀ ଦୋରା, ନୀର ରଣା, ରାମ ରଣା, ମଙ୍ଗୁଳୁ ରଣା, ଜେ.ଗୋପୀ, ପି. ସେନା ଦୋରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ସଡକ ସୁରକ୍ଷା ଦିବସର ସୁରକ୍ଷା ପାଇଁ, ଗାଡି ଚାଳକ ମାନେ ହେଲମେଟ ପିନ୍ଧିବା, ଲାଇସେନ୍ସ କର ଗାଡି ଚଳାଇବା, ମାଦକ ଦ୍ରବ୍ୟ ନଖାଇ ଗାଡି ଚଳାଇବା, ଟ୍ରାଫିକ ନିୟମକୁ ମାନି ଚଳିବା ଇତ୍ୟାଦି ବିଷୟରେ ସଜାଗ କରାଇଥିଲେ । ଏହି ସଭାକୁ ଶିକ୍ଷକ ଏଲ. କ୍ରୀଷ୍ଣମୁର୍ତ୍ତି, ରାମ ଚନ୍ଦ୍ର ସେଠୀ, ଶୁଭଶ୍ରୀ ସାହୁ, ରପ୍ରଭାକର ଘଡେଇ, ପ୍ରମୁଖ ସଭାକୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ