ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଜୋତା ଓ ପୋଷାକ ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ଦିଗପହଣ୍ଡି ବିଇଓ ବସନ୍ତ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ । ଏଥିରେ ଏବିଇଓ କୁସୁପଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ଏସ. ଗାନ୍ଧୀ, ଏବିଇଓ ତଥା ବିଆରସିସି ବାଲାଜୀ ମାଝି, ଏବିଇଓ ବିଶ୍ରବା ପାଇକ, ଏବିଇଓ ସୁଦାମ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁରସୁ ରଣା, ବିଆରସିସି ଉପେନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଶିକ୍ଷାର ଉପକାରିତା ଉପରେ ସମ୍ୟକ ସୂଚନା ଦେଇଥିଲେ । ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୪ ଜଣ ଛାତ୍ରଛାତ୍ରୀଙ୍କୁ ଜୋତା ଓ ପୋଷାକ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଏଲ.କୃଷ୍ଣମୂର୍ତ୍ତି ଦୋରା, ରାମଚନ୍ଦ୍ର ସେଠି, ପ୍ରଭାକର ଘଡେଇ, ଶୁଭଶ୍ରୀ ସାହୁ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଗ୍ରାମବାସୀ ଓ ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ପାର୍ଥସାରଥୀ ରେଡ୍ଡୀ