




କେନ୍ଦୁଝର କରଞ୍ଜିଆପଡା ଖେଳ ପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଫୁଟବଲ ଖେଳୁଛନ୍ତି …ନିଜ ଭିଟା ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ ରୂପେ ପାଇଁ ଜିଲ୍ଲା ବାସୀ ବେଶ ଖୁସି …




ଭୁବନେଶ୍ୱର(ସମୃଦ୍ଧଓଡିଶା) ୨୦.୦୯.୨୦୨୪ କେନ୍ଦୁଝର ଗସ୍ତ ଅବସରରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ସହ କେନ୍ଦୁଝରର ବିକାଶ ମୋ ଫୋକସରେ ଅଛି କହିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝରରେ ନିଶ୍ଚିତ ଭାବରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ପ୍ରତିଶୃତି ଦେଇ କହିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରର Life Savers Groupର ବାର୍ଷିକ ଉତ୍ସବରେ ଯୋଗ ଦେଇ କେନ୍ଦୁଝରର ସବୁ ପ୍ରକାର ବିକାଶ କରାଯିବ ବୋଲି ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରିପୋର୍ଟ : ରଜତ ମହାପାତ୍ର