କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟମାନଙ୍କ ଆଲୋଚନା

ରାଉରକେଲା(ସମୃଦ୍ଧଓଡିଶା)ଗତକାଲି ସନ୍ଧ୍ୟାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ରାଉରକେଲା ଗସ୍ତରେ ଆସିଥିଲେ।ଏହି ରାଉରକେଲା ଗସ୍ତ ଅବସରରେ ଆଦର୍ଶ ପାଠାଗାର ପରିସରକୁ ବୁଲିବାକୁ ଆସିଥିଲେ । ଏହି ଅବସରରେ ପାଠାଗାରର କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ କରି ପାଠାଗାରର ଲିଜ ନଵିକରଣରେ ଉପୁଜିଥିବା ସମସ୍ୟା ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବାପାଇଁ କହିଥିଲେ। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ବାଉରୀବନ୍ଧୁ ସାହୁ, ଅଶୋକ ବଳ, ପ୍ରଦୀପ ପଟ୍ଟନାୟକ, ଟୁକୁଲା ପାଢ଼ୀ ,ଅଟମ ରଥ, ଜ୍ୟୋତି ମହାପାତ୍ର, ପଞ୍ଚାନନ ପାତ୍ର, ବିଭୁତି ଭୁଷଣ ବିଶ୍ବାଳ ପ୍ରମୁଖ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହ ଆଲୋଚନା କରି ଥିଲେ।

ରିପୋର୍ଟ : ରଜତ ମହାପାତ୍ର