![WhatsApp-Image-2024-08-17-at-22.07.21-1](https://i0.wp.com/www.samrudhaodisha.com/wp-content/uploads/2024/08/WhatsApp-Image-2024-08-17-at-22.07.21-1.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/08/WhatsApp-Image-2024-08-17-at-22.07.20.jpeg?resize=640%2C480&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/08/WhatsApp-Image-2024-08-17-at-22.07.21.jpeg?resize=640%2C480&ssl=1)
ଭୁବନେଶ୍ୱର(ସମୃଦ୍ଧଓଡିଶା) କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରେ ପହଞ୍ଚି ସ୍ବର୍ଗତ ଝିଙ୍ଗିଆ ଓରାମ ଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।
ରିପୋର୍ଟ : ରଜତ ମହାପାତ୍ର