କେନ୍ଦ୍ରାପଡା ଏସପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ରାୟଗଡା ଜିଲ୍ଲା ସାମ୍ବାଦିକମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ… 

ରାୟଗଡା(ସମୃଦ୍ଧ ଓଡିଶା)ଗତ ୧୭ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାରିମୁଳ ଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲା ଏସ.ପି ନୀତି ଶେଖର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣର କରିଥିବା ପ୍ରତିବାଦରେ ଆଜି ରାୟଗଡା ଜିଲ୍ଲା ସାମ୍ବାଦିକ ୟୁନିୟନ ଓ ୟୁ ଜେ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦସ୍ୟରେ ୩ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଙ୍କୁ ପ୍ରଦାନ କରାଯିବା ସହ ଏସ୍.ପି ଙ୍କ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ । ଏଥିରେ ଜିଲ୍ଲା ସଭାପତି ରାଜେଶ ପଟ୍ଟନାୟକ ଜିଲ୍ଲା ଓ ୟୁ ଜେ ଶାଖାର ବରିଷ୍ଠ ସଦସ୍ୟ ମନୋଜ ପାତ୍ର, ନିରଞ୍ଜନ ପାଳ, କେ.କେ ଜେନା, ବି.କେ ପଟ୍ଟନାୟକ, ସୁଶାନ୍ତ ଦାଶ, ମୋହନ ଗରଡ଼ିଆ, ସୁଶାନ୍ତ ପ୍ରଧାନ, ବିବେକ ଶତପଥି, ସି.ଏଚ ଶ୍ରୀନିବାସ, ସ୍ମୃତି ରଞ୍ଜନ ମହାନ୍ତି, ସନ୍ତୋଷ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ