

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଶଶିଭୂଷଣ ବେହେରା ଏବଂ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ସାହୁ ଦଳିୟ କର୍ମୀମାନଙ୍କୁ ନେଇ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଅବସରରେ ଗାଙ୍ଗପଡା ବଡ଼ମୂଳବସନ୍ତ, ଡିହାପଡା, ଜମଧର ଓ ନରସିଂହପୁର ଗ୍ରାମପଞ୍ଚାୟତକୁ ଯାଇ ଭୋଟରମାନଙ୍କୁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


