

କେନ୍ଦ୍ରାପଡା (ସମୃଦ୍ଧ ଓଡିଶା) କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର କଂସାର ପଞ୍ଚାୟତରେ ଏକ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେଡି ଉପ ସଭାପତି ଚନ୍ଦ୍ର ଶେଖର ସାହୁ, ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ କଳାକାର ଗୁଲଶନ ଗ୍ରୋଭର ଓଡ଼ିଆ ଚଳଚିତ୍ର ଜଗତର ମହାନ କଳାକାର ରବି ମିଶ୍ର ଏବଂ ହାସ୍ୟ ଅଭିନେତା ନନସେନ୍ସ ମଣି, ୮ନମ୍ବର ଜୋନର ଜେଡପି ମେମ୍ବର ଜ୍ୟୋସ୍ନା ଜେନା, ଭଜ ମୋହନ ବାବୁ ଲିପୁ ଭାଇ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ବ୍ରହ୍ମପୁର ମହାନଗର ଉପ ସଭାପତି ସୁରେନ୍ଦ୍ର ପଟ୍ଟନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପସଭାପତି ଡି ପ୍ରକାଶ ରାଓ, ଧୀରେନ୍ଦ୍ର କୁମାର ପାଢ଼ୀ, ସୁରେଶ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ହଜାର ହଜାର ପଂଚାୟତ ବାସୀଙ୍କ ଗହଣରେ ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରା ଏବଂ ସାଂସଦ ପ୍ରାର୍ଥୀ ଡ଼ଃ ଅନୁଭବ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ସୁଇଚ ଟିପି ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଅନୁରୋଧ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
