

ଛତ୍ରପୁର(ସମୃଦ୍ଧଓଡିଶା)ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସଂଯୁକ୍ତ କିଷାନମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ହରତାଳ ଓ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ଛତ୍ରପୁର ସହରର ଲୋୟର ବସଷ୍ଟାଣ୍ଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ସଭା ସହ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥକୁ ଆନ୍ଦୋଳନକାରୀ ଦୀର୍ଘ ସମୟଧରି ଅବରୋଧ କରି ଧର୍ମଘଟ କରିଥିଲେ ।ଦେଶରେ ଚାଷୀ ମାନେ ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ କେନ୍ଦ୍ରର ବିଜେପିଧିନ ସରକାର ସେମାନଙ୍କୁ ଅଟକେଇବ ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିବା ସହ ଏକ ପ୍ରକାର ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁଗଲାଣି ଏହାକୁ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ନିନ୍ଦା କରାଯିବା ସହ ଚାଷୀ ମାନେ କାହିଁକି ଦିଲ୍ଲୀ ଯାଇ ପାରିବେନି ସରକାର କାହିଁକି ଅଟକେଇବା ପାଇଁ ଚେଷ୍ଠା କରୁଛି ବୋଲି ପ୍ରଶ୍ନ କରିଥିଲେ । ହରତାଳରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରୀ ନୀତି ଗୁଡିକୁ ବିରୋଧ କରି ସମସ୍ତ ନେତା ମାନେ କଢ଼ା ଅବିଭାଷଣ ରଖିଥିଲେ। ଏହି ଧର୍ମଘଟରେ ଏଆଇଟିୟୁସିରୁ ଶ୍ରମିକ ଓ ଚାଷୀନେତା ନୀଳକଣ୍ଠ ଦାସ, ଆଇଏନଟିୟୁସି ଶ୍ରମିକନେତା ଇଜୁ ଆମିନ୍ ଖାନ୍, କଂଗ୍ରେସ ନେତା ଭାଗିରଥି ବେହେରା, କ୍ରୀଷ୍ଣା ରେଡ୍ଡୀ, ଟିୟୁସିସି ନେତା ସନ୍ତୋଷ ସାହୁ, କମ୍ୟୁନିଷ୍ଟ ମହିଳା ନେତ୍ରୀ ଭାନୁମତୀ ରେଡି , ରଷିକୂଲ୍ଯ ରୟିତ୍ ମହାସଂଘ ଚାଷୀନେତା ସିମାଞ୍ଚଳ ନାହାକ , ବିକେଏମୟୁ ନେତା ଗୁରୁନାଥ ପ୍ରଧାନ, ରାଜୀବ ଲୋଚନ ପଣ୍ଡା, ପ୍ରଦୀପ ନାହାକ, ଗଣପତି ବାରିକ ପ୍ରମୁଖ ଧର୍ମଘଟରେ ଯୋଗଦେଇ ସଫଳ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା