

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ଯୁଗ୍ମ ସଚିବ ଓ ସମଗ୍ର ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂ ପୁନିଆ ଗତକାଲି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କର ଗୁଣାତ୍ମକ ଶିକ୍ଷାର ସମୀକ୍ଷା କରିଛନ୍ତି । ଏହାସହ ବିଦ୍ୟାଳୟର ଭିତି ଭୂମି, ଯୋଗାଇ ଦିଅଯାଉଥିବା ଅର୍ଥର ବିନିଯୋଗ, ମଧ୍ୟାନ ଭୋଜନ ଇତ୍ୟାଦିର ତଦାରଖ କରିଥିଲେ । ସଦର ବ୍ଲକ, କାମାକ୍ଷାନଗର ବ୍ଲକ, ଓ କଙ୍କଡ଼ାହାଡ଼ରେ ନିର୍ମିତ ଏକ ମାତ୍ର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିବା ସୂଚନା ମିଳିଛି ।
ରିପୋର୍ଟ : ଶୁଭମ କୁମାର ପାଣି