କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ପାଇଥିବା ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ ତାଲିକା ମଧ୍ୟରେ ଛତ୍ରପୁର:କୃତଜ୍ଞତା ଜଣାଇଲେ ଭାଜପା ମଣ୍ଡଳ ସଭାପତି ପ୍ରଦୀପ ପାଢୀ…

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ପାଇଥିବା ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ ତାଲିକା ମଧ୍ୟରେ ଛତ୍ରପୁରର ନାଁ ପ୍ରକାଶ ପାରିଛି । ତେଣୁ ଗଞ୍ଜାମ ଜିଲ୍ଲା ହେଡକ୍ୱାର୍ଟର ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କୁ ଛତ୍ରପୁର ଭାଜପା ମଣ୍ଡଳ ସଭାପତି ପ୍ରଦୀପ ପାଢୀ ଗତ ଗୁରୁବାର ସନ୍ଧ୍ୟାରେ ଏକ ପ୍ରେସ ବିଜ୍ଞପ୍ତିରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା