

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ସିପିଆଇ, ଏଆଇଟିୟୁସି, ଆଇଏନଟିୟୁସି, ହିନ୍ଦ ମଜଦୁର ସଂଘ, ବହୁଜନ ମୁକ୍ତି ମୋର୍ଚ୍ଚା ପ୍ରଭୃତି ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସବୁ ବନ୍ଦ ରହିଥିଲା । ବାମ ଗଡ ଚମାଖଣ୍ଡିରେ ଜାତୀୟ ରାଜପଥରେ ଧାରଣା ଦିଆଯାଇଥିବା ଯୋଗୁଁ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଭୁବନେଶ୍ବର – ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ଛତ୍ରପୁରରେ ଅଟକ ରଖାଯାଇଥିଲା । କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନରେ ଥିବା ବିରଳ ମୃତ୍ତିକା ପ୍ରକଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ କାର୍ଯ୍ୟ ବନ୍ଦ କରାଯାଇଥିଲା । କଂଗ୍ରେସ ନେତା ଭାଗିରଥୀ ବେହେରା, ଗଣପତି ବାରିକ, ଡି ରାମସ୍ଵାମୀ ରେଡୀ, କ୍ରିଷ୍ଣା ରେଡୀ, ଜି ଏରେୟା, ଇଜୁ ଅମିନ ଖାନ ସିପିଆଇ ନେତା ଚିଙ୍କରା ବେହେରା, ନୀଳକଣ୍ଠ ଦାସ, ଗିରିଜା ପ୍ରସାଦ ରେଡୀ, ଵହୁଜନ ସମାଜ ମୋର୍ଚ୍ଚାର ସୁମା ଦାସ, କାଳୁ ଚରଣ ନାୟକ, ପିଣ୍ଟୁ ଦାସ, ଜଗନ୍ନାଥ ଦାସ, ହିନ୍ଦ ମଜଦୁର ସଂଘର ରାଜେନ୍ଦ୍ର ଦାସ, ମମତା ନାୟକ ଓ କୃଷକ ସଭାର ପର୍ଶୁରାମ ଗୌଡଙ୍କ ନେତୃତ୍ବରେ ଶତାଧିକ କର୍ମୀ ଦୁଇ ଚକିଆ ଯାନରେ ବାହାରି ଏହି ଆନ୍ଦୋଳନକୁ ସଫଳ କରିବା ଲାଗି ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା















