କେବେ ଓ କେମିତି ହୁଏ ପିତୃପକ୍ଷ ବା ଅପରପକ୍ଷ ଶ୍ରାଦ୍ଧ

ଆଶ୍ଵିନ ମାସ ଆରମ୍ଭ ହେଉ ହେଉ ଆମ ସାମାଜିକ ପାରିବାରିକ ପର୍ବପର୍ବାଣୀ ଆମ ଦୈନନ୍ଦିନ ଜୀବନରେ ଅବତରଣ କରି ଆସେ। ପିତୃପୁରୁଷଙ୍କୁ ଶ୍ରଦ୍ଧା ର ସହ ମନେ ପକେଇ ଓ ଆମେ ଆବାହନ କରିଥାଉ।ଏହା ଆଶ୍ଵିନରେ ପ୍ରଥମ ପକ୍ଷ କୃଷ୍ଣ ପକ୍ଷ ରେ ପିତୃ ପକ୍ଷ ବା ଅପର ପକ୍ଷ ରୂପେ ପରିଗଣିତ ହୋଇଥାଏ। ମହାଳୟା ଅମାବାସ୍ୟାରେ ପିତୃପକ୍ଷ ଶେଷ ହୋଇଯାଏ କିନ୍ତୁ ଆଶ୍ୱିନ ମାସର କୃଷ୍ଣ ପ୍ରତିପଦାରୁ ଆଶ୍ଵିନ ପୂର୍ଣ୍ଣିମା ଯାଏଁ କୁମାରୀ ଝିଅ ମାନଙ୍କର ଜହ୍ନି ଓଷା ମାସ ସାରା ଲାଗି ରହିଥାଏ। ଆଶ୍ଵିନ ମାସ କୃଷ୍ଣପକ୍ଷ ର ପ୍ରଥମ ପକ୍ଷର ପ୍ରଥମ ଦିନ ପିତୃପକ୍ଷ ଆରମ୍ଭ। ଏହି ପନ୍ଦର ଦିନ ପିତୃପୁରୁଷଙ୍କୁ ଆବାହନ କରିବା ଓ ଶ୍ରଦ୍ଧାର ସହ ଜଳ ତର୍ପଣ ରେ ତୃପ୍ତି କରିବା ଆମର ମୂଳ କର୍ତ୍ତବ୍ୟ।ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଅପରପକ୍ଷରେ ଶ୍ରାଦ୍ଧ ଅର୍ପଣ ସାଧାରଣତଃ କରାଯାଇଥାଏ କିନ୍ତୁ ନିଜ ପିତା ଙ୍କ ଦେହାନ୍ତ ହୋଇଥିବା ତିଥିରେ ପିତୃପକ୍ଷ ଶ୍ରାଦ୍ଧ କରିବା ବାଞ୍ଛନୀୟ।ଆଶ୍ୱିନ ମାସର ପ୍ରଥମ ପକ୍ଷକୁ “ପିତୃପକ୍ଷ” କୁହାଯାଏ। ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ। ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ। କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା। କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ। ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ। ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍। ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ରହିବା ଭଲ। ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃ ଦୋଷ ଲାଗିଥାଏ। ବିଶେଷକରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ତମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ଯଦି ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ମନେ ପଡ଼େ, ତେବେ ତାରିଖ ଅନୁଯାୟୀ ପିଣ୍ଡ ଦାନ କରିବା ଭଲ। ପିତୃପକ୍ଷ ଓ ତର୍ପଣ ଶ୍ରଦ୍ଧୟା ପିତୃନ୍ ଉଦିଶ୍ୟ ବିଧିନା କ୍ରିୟତେ ଯତ୍କର୍ମ ତତ୍ ଶ୍ରାଦ୍ଧମ୍।।” ସ୍ବ ପିତୃଗଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାରେ ବିଧିପୂର୍ବକ ଯେଉଁ କର୍ମ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ। ଅର୍ଥାତ :- ‘ ଶ୍ରଦ୍ଧାର୍ଥମିଦଂ ଶ୍ରାଦ୍ଧମ୍ ” । ଶ୍ରଦ୍ଧା ରୁ ଶ୍ରାଦ୍ଧ । ହିନ୍ଦୁ ପରମ୍ପରା ରେ ଶ୍ରାଦ୍ଧ, ତର୍ପଣାଦି ଅନୁଷ୍ଠାନ କରିବା ପ୍ରଥା ବହୁ ପ୍ରାଚୀନ । ବିଭିନ୍ନ ପୁରାଣ ଗ୍ରନ୍ଥ ତଥା ଶାସ୍ତ୍ର ମାନେ ପିତା ପିତର ଙ୍କ ଉଦ୍ଦେଶ ରେ ଶ୍ରାଦ୍ଧ ଦେବା ଏବଂ ନିଜର ପରିଜନ ମାନେ ଏହି ପିତୃକାର୍ଯ୍ୟ ରେ ସହଭାଗିତା ହେବା ପାଇଁ ବାରମ୍ବାର ଉଦ୍ ଘୋଷଣା କରିଛନ୍ତି । ଅବିସ୍ମରଣୀୟ କାଳ ରୁ ଶ୍ରାଦ୍ଧ ପରମ୍ପରା । ଏହି ସନାତନୀ ପରମ୍ପରା ରେ ହିନ୍ଦୁ ମାନେ ସ୍ବଃ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ ଅଭିହିତ କରିଥାଆନ୍ତି । ଅତଃ, ସ୍ବ ପିତା, ନିଜ ନିଜର ପୁତ୍ର ପାଇଁ ସର୍ବସ୍ବ । ପ୍ରତ୍ୟକ ପୁତ୍ର ନିଜର ଜୀବଦଶା ମଧ୍ୟ ରେ ସ୍ବପିତା (ଜୀବିତ/ମୃତ) ଙ୍କୁ ଯଥୋଷ୍ଟିତ ସମ୍ମାନ ଦେବା ପାଇଁ ଶାସ୍ତ୍ର ମାନେ ମତବ୍ୟକ୍ତ କରିଛନ୍ତି । ଏଣୁ ଶାସ୍ତ୍ର କୁହନ୍ତି, ଯେଉଁ ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜର ମାତା-ପିତାଙ୍କ ଅନାଦର କରନ୍ତି ତଥା ମୃତ୍ୟୁପରେ ଶ୍ରାଦ୍ଧ-ତର୍ପଣ କରନ୍ତି ନାହିଁ ଅଥବା ନିରପରାଧ ମୁଖ୍ୟତଃ ସନାତନୀ ପରମ୍ପରା ରେ ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଅଛି,୧-ଏକୋଦ୍ଦିଷ୍ଟ ଶ୍ରାଦ୍ଧ, ୨-ପାର୍ବଣ ଶ୍ରାଦ୍ଧ । ପୁନଶ୍ଚ ପାର୍ବଣ ଶ୍ରାଦ୍ଧ ହେଉଛି ଦୁଇ ପ୍ରକାର, ଯଥା:- ପୟା ଶ୍ରାଦ୍ଧ ଏବଂ ମହାଳୟା ଶ୍ରାଦ୍ଧ । ସାଧାରଣତଃ ଏହି ଦୁଇଟି ଶ୍ରାଦ୍ଧ ଶାରଦୀୟ ପାର୍ବଣ ଋତୁ ଆଶ୍ବୀନ ଅମାବାସ୍ୟା ଏବଂ କାର୍ତ୍ତିକ ଅମାବାସ୍ୟା ରେ ଯଥାକ୍ରମେ ପାଳିତ ହୁଏ । ଆଶ୍ବୀନ କୃଷ୍ଣ ପକ୍ଷ ଦି୧୫ନ ବିଶେଷ ଭାବେ ପିତୃ ମାନଙ୍କୁ ସମର୍ପିତ, ଏହା “ମଉଳା ଶ୍ରାଦ୍ଧ” ନାମରେ ମଧ୍ୟ ନାମିତ । ପିତୃ ପକ୍ଷରେ ଭୁଲରେ ବି କରନ୍ତୁ ନାହିଁ ଏହି ନିମ୍ନଲିଖିତ ୮ ଟି କାମ। ନଚେତ ଲାଗିଥାଏ ପିତୃ ଦୋଷ। ହିନ୍ଦୁ ପାଞ୍ଜି ଅନୁଯାୟୀ ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଆରମ୍ଭ ହୋଇଯାଏ । ଏହି ଦିନ ପିତୃ ପୁରୁଷଙ୍କ ନିମିତ୍ତ ହୋମ , ପିଣ୍ଡଦାନ , ଶ୍ରାଦ୍ଧ ତର୍ପଣ ଆଦି କରାଯାଇ ଥାଏ । ଏହା ନକଲେ ବ୍ୟକ୍ତିକୁ ପିତୃ ଦୋଷ ଲାଗିଥାଏ । ପିତୃ ପକ୍ଷରେ ପୂର୍ବଜ ପୃଥିବୀକୁ ଆସି ନିଜ ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଏହାଦ୍ବାରା ଘରେ ସୁଖ ଶାନ୍ତି ଆସିଥାଏ । ସବୁ ପୂର୍ବଜଙ୍କ ମୃତ୍ୟୁ ତିଥିରେ ହିଁ ଶ୍ରାଦ୍ଧ କରାଯିବା ଉଚିତ । କିନ୍ତୁ କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହୋଇ ଥିଲେ ଶ୍ରାଦ୍ଧ ଚତୁର୍ଦଶୀ, ସାମାନ୍ୟ ମୃତ୍ୟୁ ହୋଇଥିଲେ ଚତୁର୍ଦଶୀରେ ହିଁ କରିବା ଉଚିତ। ଏହାବ୍ୟତୀତ ଅଜାଆଇଙ୍କ ଶ୍ରାଦ୍ଧ ହୋଇଥିଲେ ପ୍ରତିପଦ ତିଥିରେ କରାଯାଇ ଥାଏ।ତେବେ ପିତୃପୁରୁଷଙ୍କ ନିମନ୍ତେ ଶ୍ରାଦ୍ଧ ଦେବା ସମୟରେ ପୁରାପୁରି ନିଷ୍ଠା ଓ ଶ୍ରଦ୍ଧାର ସହିତ ଶ୍ରାଦ୍ଧ ଦେବା ଉଚିତ ଏବଂ କିଛିବି ଭୁଲ କରିବା ଉଚିତ ନୁହେଁ ।

୧❇️ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ସମୟରେ ପୂଜା କାର୍ଯ୍ୟରେ କୌଣସି ଲୁହାର ପାତ୍ର କିମ୍ବା ଜିନିଷର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ବାରା ପରିବାର ଉପରେ ସମସ୍ୟା ପଡ଼ିଥାଏ । ତେଣୁ ଆପଣ ତମ୍ବା ପିତ୍ତଳ ଧାତୁର ବ୍ୟବହାର କରି ପାରିବେ ।

୨❇️ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦେବା ଦିନ ଦେହରେ ତେଲ ଲଗାଇବା ଉଚିତ ନୁହେଁ ଏବଂ ପାନ ଖାଇବା ମଧ୍ୟ ଉଚିତ ନୁହେଁ।ଏହି ସମୟରେ ଅନ୍ୟ ଘରର ଖାଦ୍ୟ ଆଦୋୖ ଖାଆନ୍ତୁ ନାହିଁ ।

୩❇️ଏହି ସମୟରେ କୌଣସି ଅନ୍ୟ ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ ଘରେ ନୂଆ ଜିନିଷ କିଣିବା ଉଚିତ ନୁହେଁ । ଘରକୁ ଆସୁଥିବା ବ୍ୟକ୍ତି କିମ୍ବା ପଶୁ ପକ୍ଷୀଙ୍କୁ ନିଶ୍ଚିତ ଭୋଜନ କରାନ୍ତୁ। କାରଣ ପୂର୍ବଜ କୌଣସି ରୂପରେ ବି ଘରକୁ ଆସି ପାରନ୍ତି ।

୪❇️ପୂର୍ବଜଙ୍କ ନିମନ୍ତେ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି ଚୁଟି କିମ୍ବା ଦାଢ଼ି କାଟିବା ଉଚିତ ନୁହେଁ । ଏହାଦ୍ବାରା ପିତୃପୁରୁଷ କ୍ରୋଧିତ ହୁଅନ୍ତି ଏବଂ ଘରେ ଧନହାନୀ ମଧ୍ୟ ହୋଇ ପାରେ। *

୫❇️ଶ୍ରାଦ୍ଧରେ ପୂର୍ବଜଙ୍କୁ ଘରେ ତିଆରି ହୋଇଥିବା ସାତ୍ଵିକ ଭୋଜନ ଅର୍ପଣ କରନ୍ତୁ ଏବଂ ଶ୍ରାଦ୍ଧରେ ଭୁଲରେ ବି ଧଳା ତିଳ ବ୍ୟବହାର ନକରି କଳା ତିଳର ବ୍ୟବହାର କରନ୍ତୁ ।

୬❇️ପିଣ୍ଡ ଦାନ ଦ୍ୱିପ୍ରହର ସମୟରେ କରନ୍ତୁ ମାତ୍ର କେବେବି ସକାଳ, ସନ୍ଧ୍ୟା କିମ୍ବା ରାତିରେ କରନ୍ତୁ ନାହିଁ ।

୭❇️ଶ୍ରାଦ୍ଧ ସମୟରେ ମାଂସ ଭୋଜନ କରିବା ଆଦୌ ଉଚିତ ନୁହେଁ ଓ ପିଆଜ ରସୁଣର ସେବନ ମଧ୍ୟ ବର୍ଜିତ ଅଟେ। ଏହାବ୍ୟତୀତ ମଦ, ତମାଖୁ , ସିଗାରେଟ ମଧ୍ୟ ସେବନ କରନ୍ତୁ ନାହିଁ ।

୮❇️ମନେ ରଖନ୍ତୁ ଶ୍ରାଦ୍ଧରେ ନୂଆ କପଡ଼ାର ବ୍ୟବହାର ଆଦୌ ହୁଏନାହିଁ। ଏହି ସମୟରେ ଚଣା- ଡାଲି,କଳା ଲୁଣ, ଶାଗ, ପିଆଜ ରସୁଣ ଇତ୍ୟାଦି ସେବନ କରନ୍ତୁ ନାହିଁ । ଏହାବ୍ୟତୀତ ଏହିଦିନ ସୌନ୍ଦର୍ଯ୍ୟ ସଂସାଧନ ଜିନିଷର ବ୍ୟବହାର କରାଯିବା ଅନୁଚିତ।

୯❇️ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି ଅନ୍ୟର ଭୋଜନ ସେବନ କରିବା ବର୍ଜିତ ଅଟେ । ଶ୍ରାଦ୍ଧ ସର୍ବଦା ନିଜ ଘରେ ହିଁ ବସି କରିବା ଉଚିତ । ଅନ୍ୟ ଘରେ ନିଜ ପୂର୍ବଜଙ୍କ ଶ୍ରାଦ୍ଧ କରିବା ଉଚିତ ନୁହେଁ । ନଚେତ ପିତୃ ଦୋଷ ଲାଗିଥାଏ।
ପିତୃପକ୍ଷ ବା ଅପରପକ୍ଷର ଶ୍ରାଦ୍ଧ : ଆଶ୍ବିନମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟ କୁ ପିତୃପକ୍ଷ ବା ଅପରପକ୍ଷ କୁହାଯାଏ। ୩୦/୯/୨୦୨୩ ଶନିବାର ରୁ ଅପରପକ୍ଷାରମ୍ଭଃ ହୋଇ ଯାଇଛି। ଯାହା ୨୮/୧୦/୨୦୨୩ ଶନିବାର ପର୍ଯ୍ୟନ୍ତ ଭୋଗହେବ । ମାସର ପ୍ରଥମ ପ୍ରତିପଦ ତିଥିରୁ ହିଁ ଶ୍ରାଦ୍ଧଦାନ ଆରମ୍ଭ ହୁଏ । ତେବେ ଭାଦ୍ରବ ପୂର୍ଣ୍ଣିମାରେ ବି ଶ୍ରାଦ୍ଧଦାନ କରାଯାଇପାରିବ । ପରିବାରର ସେହି ସଦସ୍ୟ ଯିଏ ପୂର୍ଣ୍ଣିମା ରେ ପରଲୋକ ଗମନ କରିଥାନ୍ତି ତାଙ୍କ ଲାଗି ଏହି ଦିନ ଶ୍ରାଦ୍ଧ ଦିଆଯାଇପାରିବ। ଯଦି କୌଣସି କାରଣରୁ ପୂର୍ଣ୍ଣିମାରେ ଶ୍ରାଦ୍ଧଦାନ କରି ନ ହେଲା ତେବେ ପିତୃମୋକ୍ଷ ଅମାବାସ୍ୟା ଦିନ ବି ଶ୍ରାଦ୍ଧଦାନ କରାଯାଇପାରେ। ଆସନ୍ତାକାଲି ପ୍ରତିପଦା ସମ୍ପୂର୍ଣ୍ଣରୂେପେ ଭୋଗ ହେଉନଥିବାରୁ ପରିବାରର ସେହି ସଦସ୍ୟ ଯିଏ ପ୍ରତିପଦାରେ ପରଲୋକ ଗମନ କରିଥିବେ ତାଙ୍କ ନିମନ୍ତେ ଆଜି ଶ୍ରାଦ୍ଧ ଦେବେ ।

୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ପିତୃପକ୍ଷ ବା ଅପରପକ୍ଷ ଶ୍ରାଦ୍ଧ

ତା:୨୯/୯/୨୦୨୩ ଶୁକ୍ରବାର – ପ୍ରତିପଦା ଶ୍ରାଦ୍ଧ / ପୂର୍ଣ୍ଣିମା ଶ୍ରାଦ୍ଧ
ତା: ୩୦/୯/୨୦୨୩ ଶନିବାର – ଦ୍ଵିତୀୟା ଶ୍ରାଦ୍ଧ
ତା : ୧୪ /୧୦/୨୦୨୩ ଶନିବାର ମହାଳୟା- ଅମାବାସ୍ଯା ଶ୍ରାଦ୍ଧ

ପିତୃ ପୁରୁଷ ମାନେ ଯେଉଁ ତିଥିରେ ପରଲୋକ ଗମନ କରିଥାନ୍ତି ଏହି ଅପରପକ୍ଷ ସମୟରେ ସେହି ତିଥିରେ ହିଁ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟା ବିଧିରେ ଶ୍ରାଦ୍ଧ ପ୍ରଦାନ କରିବା ଉଚିତ । ଯେଉଁମାନେ ପିତୃପୁରୁଷ ଙ୍କ ପରଲୋକ ଗମନ ତିଥିରେ ଶ୍ରାଦ୍ଧ କରିପାରନ୍ତି ନାହିଁ ସେମାନେ ମହାଳୟା ଦିନ ଶ୍ରାଦ୍ଧ ପ୍ରଦାନ କରିବା ଉଚିତ । ସନ୍ତାନ ତଥା ପୁଷ୍ଟି ଏଥିରେ ପିତୃପୁରୁଷଙ୍କ ଆଶା ନିଜ କୁଳର ସନ୍ତାନ ମାନଙ୍କ ଉପରେ ରହିଥାଏ ଏହି ସମୟ ଭିତରେ ମଧ୍ୟ ଯଦି କେହି କରିପାରିବେ ନାହିଁ ତେବେ ସୂର୍ଯ୍ୟ ବିଚ୍ଛା ରାଶିରେ ଥିବା ସମୟରେ ମଧ୍ୟ କରିପାରିବେ କାରଣ ଯମରାଜାଙ୍କ ପୁରୀ ସେତେ ସମୟ ପର୍ଯ୍ୟନ୍ତ ଖାଲି ରହିଥାଏ । ବିଚ୍ଛା ରାଶି ବିତିଯିବା ପରେ ମଧ୍ୟ ଯଦି କେହି କୌଣସି ଶ୍ରାଦ୍ଧ କରିନଥାଏ, ତେବେ ଦେବଗଣଙ୍କ ସହିତ ପିତୃଗଣ ସେହି ମନୁଷ୍ୟକୁ ଦୁଃସହ ଅଭିଶାପ ପ୍ରଦାନ କରି ଦୀର୍ଘଶ୍ଵାସ ନେଇ ନିଜ ପୁରକୁ ଫେରି ଯାଇଥାନ୍ତି ପୁଷ୍କର ଆଦି ତୀର୍ଥ, ପବିତ୍ର ମନ୍ଦିର, ପର୍ବତଶିଖର, ପାବନ ପ୍ରଦେଶ, ପୁଣ୍ୟସଲିଳା ନଦୀ, ନଦ, ସରୋବର, ସଙ୍ଗମ, ସପ୍ତସମୁଦ୍ରର ତଟ, ଲିପା ପୋଛା ହୋଇଥିବା ସ୍ବଗୃହ, ଦିବ୍ୟ ବୃକ୍ଷର ମୂଳରେ, ଯଜ୍ଞକୁଣ୍ଡ — ଏହି ସବୁ ସ୍ଥାନ ଶ୍ରାଦ୍ଧ ନିମନ୍ତେ ଉତ୍ତମ ସ୍ଥାନ ଅଟେ ।

ଲେଖକ : ଦାମୋଦର ପାଢ଼ୀ , ଅବସରପ୍ରାପ୍ତ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ