
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଜଳେଶ୍ୱରରେ ପାଇକସିଦା ପଂଚାୟତର କେଶପୁରାସ୍ଥିତ ୟୁଥ୍ ସୋସିଆଲ ୱାର୍କର, କେଶପୁରା ଯୁବକ ସଂଘ ଓ ଜିଲା ରକ୍ତଦାତା ସଂଘ ମିଳିତ ଆନୁକୂଲ୍ୟରେ ହାଟପଡିଆଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଯୁବକ ସଂଘର ବିରେନ୍ଦ୍ର ରଣା ଓ ସୁଦିପ ରଣାଙ୍କ ତତ୍ୱାବଧାନରେ ଜିଲା ରକ୍ତ ବ୍ୟାଙ୍କର ଡାକ୍ତର ପ୍ରଶାନ୍ତ ଦାସ ଉଦ୍ଘାଟନ କରିଥିଲେ । ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସାଂଗଠନିକ ସଂପାଦକ ମନୋରଜନ ଦାସ, ଅଜୟ କୁମାର ଧଳ ଅତିଥିଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱଜିତ୍ ସେଠୀ, ଅରବିନ୍ଦ ସାହୁ ପ୍ରମୁଖ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା