

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି କେଶରୀଆ ହିନ୍ଦୁ ବାହିନୀ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ଜନ୍ମ ଦିନରେ ଆସିକା ରୋଡ଼ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରାଯାଇଥିଲା । ଏଥିରେ କେଶରୀଆ ହିନ୍ଦୁ ବାହିନୀର ସଭାପତି ମଧୁସୂଦନ ସାହୁ, ଶିଶିର ଆଚାର୍ଯ୍ୟ, ରାଜ୍ୟ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ମହାନଗର ସଭାପତି ନରେଶ କୁମାର ବେହେରା, ଜିଲ୍ଲା ଶୈଖ୍ୟଣୀକ ପ୍ରବନ୍ଧକ ପଦ୍ମଚରଣ ଦାସ, ଛତ୍ରପୁର ଏନଏସି ଅଧ୍ୟକ୍ଷ୍ୟ ମନୋରଞ୍ଜନ ମହାପାତ୍ର, ଛତ୍ରପୁର ବ୍ଲକ ଅଧ୍ୟକ୍ଷ କେଦାର ରାଉଳ, ଉମାଶଙ୍କର ପାଣି, ଅରୁଣ କୁମାର ପାଣିଗ୍ରାହୀ, ବୃନ୍ଦାବନ ବେହେରା, ଅମ୍ବୁଜା ଚରଣ ସାହୁ, ବିଷ୍ଣୁ ଦେବ, ରବି ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା