

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଣିନୂଆଗାଁ କେ.ସି ହାଇସ୍କୁଲ ପଡିଆ ଠାରେ ଥିବା ବିଜେପି ଅଫିସ୍ ନିକଟରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏଥିରେ ବରିଷ୍ଠ ବିଜେପି ନେତା ମଧୁସୂଦନ ସାହୁଙ୍କ ଦ୍ୱାରା ପତକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ଼. ସୁବାଷ ସାହୁ, ସୂର୍ଯ୍ୟ ଦାସ, କାମନା ପାଢ଼ୀ, ପଦ୍ମ ଦାସ, ମୁନା ସାମନ୍ତରା, ସରୋଜ ସାବତ, ବିଷ୍ଣୁ ଭାଇ, ଅରୁଣ ପାଣିଗ୍ରାହୀ, ଗଜେନ୍ଦ୍ର, ଗୌରୀ ମହାନ୍ତି, ସୁଶୀଳ ମାଲିକ, ଶ୍ରୀ କୁମାର, ରବି ସାହୁ, ରଜନୀ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ଓ ବିଜେପି କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜଳ ପାନ୍ୟ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


