


କେସିଙ୍ଗା(ସମୃଦ୍ଧଓଡିଶା) କେନ୍ଦ୍ର ସରକାରଙ୍କ ରେଲୱେ ଓଭର ବ୍ରିଜ ଓ ବାଇପାସ ରାସ୍ତାକୁ ନିର୍ମାଣ କୁ ନେଇ କେସିଙ୍ଗା ଲୋକଙ୍କ ମନରେ ଅନେକ ଦିନରୁ ଦାବି ରହିଥିଲା। ଏହି ବହୁମୁଖୀ ପ୍ରକଳ୍ପ ଦ୍ବାରା କେସିଙ୍ଗା ସହରର ରୂପରେଖ ପରିବର୍ତ୍ତନ ହୋଇ କେସିଙ୍ଗା ସହର ଏକ ସୁନ୍ଦର ଓ ପ୍ଲାନିଂ ସହର ରୂପେ ପରିଗଣିତ ହୋଇ ଟ୍ରାଫିକ ସମସ୍ୟାରୁ ଲୋକେ ମୁକ୍ତି ପାଇବେ ବୋଲି ବହୁ ଦିନରୁ ଆଶା କରି ଆସୁଥିଲେ।ଗତ ୨୦୧୬ମସିହାରେ ୨୦୬କୋଟି କେନ୍ଦ୍ର ରାଜପଥ ଯୋଜନା ରୁ ଅର୍ଥ ମଞ୍ଜୁରୀ ହୋଇଥିଲା।କିନ୍ତୁ ତାହା ଠିକ ସମୟରେ ରେଲୱେ ଓଭର ବ୍ରିଜ ବା ବାଇପାସ ନିର୍ମାଣ କାମ ପ୍ରତି ଗୁରୁତ୍ୱ ନ ଦେଇ ସହରର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ପକ୍ଷରୁ ରାଜନୈତିକ ଚାପ ପକାଇ ଏହି ଓଭର ବ୍ରିଜ କୁ ବାତିଲ କରିଥିଲେ।ଯାହା ଫଳରେ ୨୦୬କୋଟି ଟଙ୍କା କେନ୍ଦ୍ର ସରକାର କୁ ଫେରି ଯାଇଥିଲା। ସହରର ମଧ୍ୟ ଭାଗରେ ଛକ ମାନଙ୍କରେ ଟ୍ରାଫିକ ସମସ୍ୟା ଦେଖା ଯିବାରୁ ଅନେକଙ୍କ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି।ଦୀର୍ଘ ୮ ବର୍ଷ ବିତିଗଲା ପରେ ପୁଣି ଜାତୀୟ ରାଜପଥ ଯୋଜନା କେସିଙ୍ଗା ପକ୍ଷରୁ ଉକ୍ତ ଓଭର ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ଙ୍କୁ ଚିଠି ଲେଖିଥିଲା।କେନ୍ଦ୍ର ସରକାର ପୁଣି ଏହି ଓଭର ବ୍ରିଜ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ କରିବା ପରେ ବର୍ତ୍ତମାନ ନିର୍ମାଣ କାମ ଦ୍ରୁତଗତି ରେ ଆଗେଇ ଛାଲିଛି। ଅନେକ ଦିନରୁ ସହରରେ ଏକ ରେଳ ଓଭର ବ୍ରିଜ ଓ ବାଇପାସ ରାସ୍ତା ପାଇଁ ଦାବୀ ହୋଇ ଆସୁଥିଲା ତେବେ ଲୋକଙ୍କ ଦାବୀକୁ ଯଥାର୍ଥ ଭାବି କେନ୍ଦ୍ର ସରକାରଙ୍କ ତରଫରୁ ୩୨୬ କୋଟି ସାଢ଼େ ତିନି କିମି ଓଭର ବ୍ରିଜ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରି ଟେଣ୍ଡର ଆହ୍ୱାନ କରାଯାଇଥିଲା। ବର୍ତ୍ତମାନ ଓଭର ବ୍ରିଜ କାମ ଦ୍ରୁତ ଗତିରେ ନିର୍ମାଣାଧୀନ ରହିଛି। ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଜମି ଅଧିଗ୍ରହଣ ହୋଇ ଟେଣ୍ଡର ପାଇଥିବା ରାଜଲକ୍ଷ୍ମୀ କନ୍ଟଟ୍ରକ୍ସନ ଦ୍ଵାରା ମାଟି ଓ ମୂରୁମ ଓ ପିଲର କାମ ଆରମ୍ଭ ହୋଇଯାଇଛି । ରେଳ ଓଭର ବ୍ରିଜ ଓ ବାଇପାସ ରାସ୍ତା କେସିଙ୍ଗା ସହରର ବଲାଙ୍ଗୀର ଛକର ପଶ୍ଚିମ ଦିଗରୁ ଆରମ୍ଭ ହୋଇ ସହର ମଧ୍ୟ ଭାଗରେ ଥିବା ଇଣ୍ଡିଏନ ପେଟ୍ରୋଲ ପମ୍ପ ନିକଟରେ ଶେଷ ହେଉଛି। ଯାହା ଦ୍ୱାରା ଦୁର୍ଘଟଣା କମିବା ବଦଳରେ ଆହୁରି ବଢିବ କାରଣ ବ୍ୟସ୍ତ ବହୁଳ ପେଟ୍ରୋଲ ପମ୍ପସହ ଅତି ନିକଟରେଥିବା ସରସ୍ଵତୀ ବିଦ୍ୟାମନ୍ଦିର, ଏଫ ସି ଆ ଇ କଳାହାଣ୍ଡି ଟ୍ରକ ମାଲିକ ସଂଘ, ବୋରିଙ୍ଗପଦର ସ୍ଥିତ କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଫ ସି ଆ ଇ ରେ ସବୁବେଳେ ରେକ ଲାଗୁଥିବା ବେଳେ କଳାହାଣ୍ଡି ଟ୍ରକ ମାଲିକ ସଂଘ ଓ ବୋରିଙ୍ଗ ପଦର ସ୍ଥିତ କସ୍ତୁରୀ ଗାନ୍ଧୀ ବାଳିକା ବିଦ୍ୟାଳୟ ପାଇଁ ସବୁବେଳେ ବିପଦ ରହିଛି।ପ୍ରତି ବର୍ଷ ଇଣ୍ଡିଏନ ପେଟ୍ରୋଲ ପମ୍ପ ଠାରୁ ବୋରିଙ୍ଗ ପଦର ମଧ୍ୟରେ ଅନେକ ଛୋଟବଡ଼ ଦୁର୍ଘଟଣା ଘଟି ଲୋକେ ମୃତ୍ୟୁ ମୁଖରେ ପଡ଼ୁଥିବା ନଜିର ରହିଛି। ଚାରି ଲେନ ବିଶିଷ୍ଟ ଜାତୀୟ ରାଜପଥ ଆରମ୍ଭ ହେଲେ ସ୍ଥିତି ଭୟାବହ ହେବ ବୋଲି ଲୋକେ ଏବେଠାରୁ ଆଶଙ୍କାରେ ଅଛନ୍ତି । ଏ ନେଇ ସହରର ବୁଦ୍ଧିଜୀବି ପକ୍ଷରୁ ଜିଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ଦ୍ଵାରା ବରଗଡ଼ ଠାରୁ ବୋରିଗୁମା ଜାତୀୟ ରାଜପଥ ୨୬ କୁ ଚାରି ଲେନ ବିଶିଷ୍ଟ ରାସ୍ତାର ସମ୍ପ୍ରସାରଣ ପାଇଁ ଅର୍ଥ ମଞ୍ଜୁର ହୋଇ ଖୁବ ଶୀଘ୍ର ଅମାଠ ରୁ ସମ୍ପ୍ରସାରଣ କାମ ଆରମ୍ଭ ହେବା ପାଇଁ ବିଭାଗୀୟ ପକ୍ଷରୁ ସୂଚନା ମିଳିଛି । ସେଥିପାଇଁ ରେଲୱେ ଓଭର ବ୍ରିଜ ଓ ବାଇପାସ ରାସ୍ତା ଚାରି ଲେନ ବିଶିଷ୍ଟ ରାସ୍ତା କାମ ଆରମ୍ଭ ହୋଇଛି । ଯଦି ଇଣ୍ଡିଆନ ପେଟ୍ରୋଲ ପମ୍ପ ଠାରୁ ଚାରି ଲେନ ରାସ୍ତା କାମ ଆରମ୍ଭ ହୁଏ ତେବେ ଅନେକ ଲୋକ ଘର ଦ୍ଵାର ଭାଙ୍ଗିବାକୁ ପଡିବା ସହ ଅନେକେ ବ୍ୟବସାୟୀ ଙ୍କ କ୍ଷତି ଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏନେଇ ବାଇପାସ ରାସ୍ତା ସର୍ଭେ ହେବା ଦିନଠାରୁ ଲୋକେ ବିରୋଧ କରି ବଲାଙ୍ଗୀର ଛକ ଠାରୁ ଜୋଲକୋ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଦାବୀ କରି ଆସୁଛନ୍ତି। ତେଣୁ ଏହି ବାଇପାସ ରାସ୍ତାକୁ ଜୋଲକୋ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ସାଧାରଣରେ ଦାବୀ ହେଉଛି। ଏ ସଂକ୍ରାନ୍ତରେ ଜାତୀୟ ରାଜ ପଥ ର ଏସ.ଡ଼ି.ଓ.ଅନନ୍ତ ପ୍ରଧାନ ଙ୍କୁ ପଚାରିବାରୁ ଜାତୀୟ ରାଜ ପଥ ୨୬ ଚାରି ଲାଇନ ବିଶିଷ୍ଟ ରାସ୍ତା ହେବ,କେନ୍ଦ୍ର ସରକାର ଙ୍କ ମଞ୍ଜୁରୀ ଅର୍ଥ କୁ ବ୍ରିଜ କାମସମ୍ପୂର୍ଣ ହେଲା ପରେ ଜୋଲକୋ ଯାଏ ସମ୍ପ୍ରସାରଣ ପାଇଁ ପୁଣି ସର୍ଭେ କରାଯିବ ବୋଲି ପ୍ରକାଶ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର