

ଢେଙ୍କାନାଳ (ସମୃଦ୍ଧ ଓଡିଶା) କୈବଲ୍ୟ ବଜାର ସ୍ଥିତ ଆରାଧ୍ୟ ଦେବତା ବଳରାମ ଜୀଉଙ୍କ ନିକଟସ୍ଥ ହନୁମାନ ଜୀଉ ମନ୍ଦିରର ୨ୟ ବାର୍ଷିକ ପୂଜା ଉତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯାଉଅଛି । ପ୍ରଥମ କଳସ ଯାତ୍ରା ସୂର୍ଯ୍ୟ ପୂଜା ଓ ହନୁମାନ ଜୀଉଙ୍କର ୧୦୮ ପାଠ ଚାଳିଶା ଉତ୍ସବ କରାଯାଇଥିଲା ଏବଂ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆଜି ଠାରୁ ଆରମ୍ଭ କରି ସଂକ୍ରାନ୍ତି ଦିବସ ଦିନ ଯାଏ ଏହି ପୂଜା ଅନୁଷ୍ଠିତ ହେବ ତେଣୁ ହରି ହାଟ ଉତ୍ସବର ଆୟୋଜନ କରାଯାଇଛି । ଏଥିରେ ପ୍ରକାଶ କୁମାର ପତି, ମଦନମୋହନ ପଣ୍ଡା, ମହାଦେବ ପଣ୍ଡା, ରମେଶ ପତି, ଟିକି ମହାପାତ୍ର, ବୁଢା ଭାଇ ପ୍ରମୁଖଙ୍କ ସହଯୋଗରେ ଏହି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି ।
ରିପୋର୍ଟ : ଶୁଭମ କୁମାର ପାଣି