
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ନୂତନଭାବେ ଗଠିତ ହୋଇଥିବା କୋଟସାହି ପଞ୍ଚାୟତ ରାୟାରାମଚନ୍ଦ୍ରପୁର ପଞ୍ଚାୟତର ଅଂଶ ବିଶେଷ ଥିଲା । ନୂତନଭାବେ ଗଠିତ ହେବାପରେ ପଞ୍ଚାୟତର ବିକାଶ ପାଇଁ ସରକାରୀ ଅନୁଦାନ ବିନିଯୋଗ ଉପରେ ଗୁରୁତ୍ୱ ଆରୋପ କରାଯାଉଛି । କିନ୍ତୁ ସରପଞ୍ଚଙ୍କ କେତେକ ଅନିୟମିତତା ସଂପର୍କରେ ସେହି ପଞ୍ଚାୟତର କେତେକ ବ୍ୟକ୍ତି ଅଭିଯୋଗ କରିଆସୁଥିଲେ । ଆଜି ସେହି ପଞ୍ଚାୟତର ରାଜୀବ କୁମାର ପରିଡାଙ୍କ ଦ୍ୱାରା ଆହୁତ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ମଞ୍ଜୁବାଳା ପ୍ରଧାନ ପଞ୍ଚାୟତ ବିଭାଗର ଚିଠି ନଂ୭୫୬ ତା ୯-୧-୨୦ ଅନୁଯାୟୀ ନିଳମ୍ବିତ ହୋଇଥିବା ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ୩୦ଦିନ ଭିତରେ ଜବାବ ଦେବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ସତ୍ୟସୁନ୍ଦର ଦାସ, ସୁଦର୍ଶନ ଦାସ, ସୂର୍ଯ୍ୟଘୋଷ, ରାଜୀବ ପରିଡା, ଅଶୋକ ପରିଡା, ଜଗଦିଶ ନନ୍ଦୀ, ମଣିତୋଷ କାମିଳା, ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା