
ବ୍ରହ୍ମପୁର/କୋଦଳା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ କାର୍ଯ୍ୟାଳୟରେ ନୂତନ ତହସିଲଦାର ରୂପେ ଅବନୀ କୁମାର ସାହୁ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । କୋଦଳାର ତହସିଲଦାର ପ୍ରଭାତ କୁମାର ପରିଡାଙ୍କୁ ହିଞ୍ଜିଳିକାଟୁ ତହସିଲ୍ କାର୍ଯ୍ୟାଳୟକୁ ବଦଳି କରାଯାଇ ଅବନୀ କୁମାର ସାହୁଙ୍କୁ କୋଦଳା ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି ।