କୋଦଳାରେ ବୃକ୍ଷ ରୋପଣ କଲେ ଆସିକା ସାଂସଦ

କୋଦଳା(ସମୃଦ୍ଧଓଡିଶା) ଗତକାଲି ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ଆସିକା ସାଂସଦ ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ ପହଂଚି ଏକ ନମ୍ବର ୱାର୍ଡ ର ଜନ ସାଧାରଣଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ ସମସ୍ୟା କୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଡାକି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି | ଅଭିଯୋଗ ଅନୁଯାୟୀ କୋଦଳା ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ ରେ ଏକ କେନାଲ ଯାଇଥିବା ବେଳେ ଚାଷୀଙ୍କ ଚାଷ କାର୍ଯ୍ୟ ସମେତ ଲୋକଙ୍କ ଗାଧୁଆ ପାଇଁ ଏହା ବର୍ଷ ତମାମ ବ୍ୟବହୃତ ହୋଇଥାଏ | କିନ୍ତୁ ଏହି କେନାଲ ମଧ୍ୟକୁ କୋଦଳା ମରାଠୀ ସାହିର ମଦ ପୋଚ ଏବଂ କିଛି ବ୍ୟକ୍ତିଙ୍କ ଲାଟିନ ବ୍ୟବହୃତ ପାଣି ଏହି କେନାଲ ମଧ୍ୟକୁ ଛାଡୁ ଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇ ଯାଇଛି | ଯାହା ଫଳରେ ଉକ୍ତ ୱାର୍ଡ ର ୱାର୍ଡବାସୀ ସାଂସଦ ଙ୍କୁ ଭେଟି ଦାବି ପତ୍ର ଦେବା ପରେ ସାଂସଦ ଏହି କାର୍ଯ୍ୟକୁ ଅବିଳମ୍ବେ ସାରିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନେଇ ୱାର୍ଡବାସୀ ଗଭୀର ଆଶା ପ୍ରକଟ କରିଛନ୍ତି | ଏହି ଅଭିଯୋଗ ସମୟରେ କୋଦଳା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ସମେତ ଉପାଧ୍ୟକ୍ଷା ରଂଜିତା ସେଠି, କାଉନସିଲର ରିତାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ପରେ ସାଂସଦ ଶ୍ରୀମତୀ ପଟ୍ଟନାୟକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।