

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ସକାଳ ସମୟରେ କୋଦଳା ଓ ଫାସୀ ଏରିଆରେ ଚଢ଼ାଉ କରି ଚୋରା ମଦ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କାରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସେ ଦୁଇ ଜଣ ସଞ୍ଜୟ ସାହୁ ଓ ଲକ୍ଷ୍ମୀଧର ପ୍ରଧାନ ବୋଲି ଜଣାପଡିଛି । ଏହାସହ ୪୪ ଲିଟରେ ମଦ ଜବତ କରାଯାଇଛି । ଏହି ଚଢ଼ାଉରେ ଖଲ୍ଲିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ଵାଇଁ ଓ ଷ୍ଟାଫ୍ ପର୍ଶୁରାମ ରେଡ୍ଡୀ, ସୁଶାନ୍ତ ବେହେରା, ରବୀନ୍ଦ୍ର ରେଡ୍ଡୀ ଓ ମିଥୁନ ବିଶ୍ୱାଳ ଉପସ୍ଥିତ ଥିଲେ । ସେହିପରି ସୋରଡ଼ା ଅବକାରୀ ଅଧିକାରି, ମୋହନ ପ୍ରଧାନ ଅବକାରୀ ଉପାଧୀକ୍ଷକ ଅଭିରାମ ବେହେରା, ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ଉପ ନିରୀକ୍ଷକ ଦୁର୍ୟୋଧନ ଦିଗଲ ୬୦୦କେଜି ଭାଙ୍ଗ ସହ କିଛି ଅଟୋ ଜବତ କରିଛନ୍ତି । ଛତ୍ରପୁର ଅବକାରୀ ଅଧିକାରୀଙ୍କ ଦ୍ୱାରା ଲଣ୍ଡାବଉଁଶ ଓ ରମ୍ଭାର ଛୋଟବସ ଏରିଆରେ ଚଢ଼ାଉ କରି ୪୦ ଲିଟର ଆଇଡି ଲିକ୍ୱେଟ ସହ ୯ ଲିଟର ଭାଟି ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା