

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲକୁ ଅଚାନକ ଭାବେ ଗସ୍ତ କରି ପରିଦର୍ଶନ କରିଛନ୍ତି । ଏହି ଅବସରରେ ପିପିଇ କିଟ୍ ପରିଧାନ କରି ଜିଲ୍ଲାପାଳ କୋଭିଡ୍ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ଓ ରୋଗୀଙ୍କ ସହ ଆଲୋଚନା ବେଳର ଫଟୋ ସହ ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ପ୍ରଦାନ କରିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତର ନିୟମିତି ଆସୁଛନ୍ତି କି ନାହିଁ, ଖାଇବା କିଭଳିି ମିଳୁଛି ଏବଂ ପରିମଳ ଓ ସଫେଇ ବ୍ୟବସ୍ଥା କଣ ଅଛି ଜିଲ୍ଲାପାଳ ପଚାରି ବୁଝୁଥିବା ଜଣାପଡିଛି । ରୋଗୀମାନେ ସବୁଥିରେ ସନ୍ତୋଷ ବ୍ୟକ୍ତ କରିଥିବା ଜିଲ୍ଲାପାଳ କହିଛନ୍ତି । ଏଥିସହ ସେଠାରେ କୌଣସି ଅକ୍ସିଜେନ୍ ସମସ୍ୟା ନଥିବା ଜିଲାପାଳ ସ୍ପଷ୍ଟ କରିଛନ୍ତି । ଆମ୍ଭେ ଅକ୍ସିଜେନ୍ ଯୋଗାଣର ମନିଟରିଂ କରୁଛୁ ବୋଲି ଜିଲାପାଳ ଜଣାଇଛନ୍ତି । ଆମ ପାଖରେ ପଯ୍ୟାପ୍ତ ଅକ୍ସିଜେନ୍ ରହିଛି । ଠିକ୍ ସମୟରେ ସପ୍ଲାଏ ଚେନ୍ ମନିଟର କରୁଛୁ ବୋଲି ଜିଲ୍ଲାପାଳ ଆଉ ଏକ ଟୁଇଟ୍ କରିବା ସହ ଗଣମାଧ୍ୟମକୁ ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି ।
