
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ । ତେବେ ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ । ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ଖୋର୍ଦ୍ଧାରେ ଅଧିକ ରହୁଛି । ଏହାରି ମଧ୍ୟରେ କଟକଣାକୁ କିଛି ମାତ୍ରାରେ କୋହଳ କରିଛି ବିଏମସି ।