

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଛତ୍ରପୁରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେଣୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନଏସି ପ୍ରଶାସନ ପକ୍ଷରୁ ଜୁନ୍ ୩୦ତାରିଖରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ଆଜି ତାହା ସ୍ୱଭାବିକ ହୋଇ ଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ବ୍ୟବସାୟୀମାନେ ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବାଡ଼ି ଖୋଲିବାକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି । ଏହାସହ ସମସ୍ତେ ଦୋକାନ ସମ୍ମୁଖରେ ବେରିକେଡ୍ ବାନ୍ଧି ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ପରିଧାନ କରିବା ସହ କଣ୍ଟାଟ ଡ଼ାଇରିରେ ଗ୍ରାହକ ମାନଙ୍କର ଠିକଣା ଓ ନାମ ରଖିବା ନିମନ୍ତେ କୁହାଯାଇଛି ଏବଂ ଗାଡ଼ି ଚଳାଚଳକୁ ରୋକିବା ନିମନ୍ତେ ସହରର ବିଭିନ୍ନ ଯାତାୟତ ପଥ ମଧ୍ୟ ବେରିକେଡ୍ ବନ୍ଧା ଯାଇଛି । ଆଜି ଏହାର ତଦାରଖ କରିବା ନିମନ୍ତେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଯଶ୍ମିନି ପ୍ରଧାନ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ଓ ଛତ୍ରପୁର ଥାନାର ପୋଲିସ କର୍ମଚାରୀମାନେ ସାମିଲ୍ ହୋଇ ସହରର ବିଭିନ୍ନ ସାହି ବସ୍ତି ବୁଲି ଦେଖିଥିଲେ । ଏହାସହ ଅମାନିଆ ମାନଙ୍କୁ ସଚେତନା କରିବା ସହ ଏଣେ ତେଣେ ଖାଲିରେ ବୁଲୁଥିବା ବାଇକଧାରୀ ମାନଙ୍କୁ ମଧ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତାଗିଦ୍ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
