ଜଳେଶ୍ଵର (ସମୃଦ୍ଧ ଓଡିଶା) ମହାମାରୀ କୋଭିଡ୍-୧୯ ଯୋଗୁଁ ଜନସାଧାରଣ ସାମ୍ନା କରୁଥିବା ଜୀବନ ଜୀବିକା ଅତ୍ୟନ୍ତ କଠିନ ପରିସ୍ଥିତିରେ ଥିଲାବେଳେ କେନ୍ଦ୍ରର ବିଜେପି ସରକାର ଏହାକୁ ପ୍ରାଧାନ୍ୟ ଦେବା ପରିବର୍ତ୍ତେ ନିଜର ସାମ୍ପ୍ରଦାୟିକ ରାଜନୀତି, କର୍ପୋରେଟ ସପକ୍ଷବାଦୀ ନବ୍ୟ ଉଦାର ବାଦୀ ଆର୍ଥିକ କାର୍ଯ୍ୟକ୍ରମକୁ ନଗ୍ନ ଭାବରେ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି । ଦେଶ ବ୍ୟାପୀ ଲକଡାଉନ୍ ସମୟକୁ କରୋନା ମୁକାବିଲା କରିବା ପରିବର୍ତ୍ତେ ଏହି ସମୟକୁ ଯତ୍ କିଞ୍ଚିତ ସ୍ୱାର୍ଥ ରକ୍ଷା କରି ଆସୁଥିବା ଶ୍ରମ ଆଇନ ଅକାମୀ କରିଦେବା, ୮ ଘଣ୍ଟିଆ କାର୍ଯ୍ୟ ଦିବସକୁ ୧୨ ଘଣ୍ଟିଆ କରିବା, କୃଷକମାନଙ୍କୁ ନିଜ ଚାଷ ଜମିର ମାଲିକାନା ପରିବର୍ତ୍ତେ ଭଡ଼ାଟିଆ କରିବା ଭଳି ଠିକା ଚାଷ ବ୍ୟବସ୍ଥା ପାଇଁ ଅଧ୍ୟାଦେଶ ଜାରି, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନକୁ ଅଚଳ କରିବା, ରେଳ, ବିଦ୍ୟୁତ, କୋଇଲା, ତୈଳ କାରବାର, ବ୍ୟାଙ୍କ ଓ ବିମା ଆଦିକୁ ଘରୋଇକରଣ କରିବା କାର୍ଯ୍ୟରେ ବ୍ୟସ୍ତ । ୧୯୪୨ ଅଗଷ୍ଟ ୯ରେ ଗାନ୍ଧୀଜୀଙ୍କ ”କର ବା ମର” ଡାକରା ବା ବ୍ରିଟିଶ ହଟାଅ ଓ ଦେଶ୍ ବଞ୍ଚାଅ ଡାକରା ଥିଲା । ଆଜିର ଡାକରା ହେଉଛି କର୍ପୋରେଟ ”ହଟାଓ କୃଷି ବଞ୍ଚାଅ” । ଏହି ପରିପ୍ରେକ୍ଷୀରେ କୃଷକ ସଭା, ସିଆଇଟିୟୁ, କ୍ଷେତ ମୁଲିଆ ସଂଗଠନ ସମସ୍ତ ଟ୍ରେଡ ୟୁନିଅନ, ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ସାରା ଭାରତ ବର୍ଷରେ ପ୍ରତିବାଦ ବିକ୍ଷୋଭର ଡାକରା ଦେଇଛନ୍ତି । ସେହି ଅନୁଯାୟୀ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଅଛି । ଜଳେଶ୍ଵର, ଚୁଡାମଣିପୁର, ସମ୍ପତିଆ, ଡେମୁରିଆ, ନାମ୍ପ, ସୁଗୋ, ବାଇଗଣ ବାଡିଆ, ଅଗ୍ରୱାଲ ଛକ, ରାଜପୁର, ପଞ୍ଚୁଘଣ୍ଟା, ଆରଆରପୁର୍, ଆରୁହା, ଗୋପିମହନ ପୁର, ଓଳିନ୍ଦା, ସରିଶା, ବାଗ ଆଦି ସ୍ଥାନରେ ବିକ୍ଷୋଭ ମାନ ସଂଗଠିତ ହୋଇଅଛି । ଏହି ବିକ୍ଷୋଭରେ ସଂମ୍ପାଦକ ଦିଲ୍ଲୀପ କୁମାର ଗିରି, ଶିଶିର ହୁଇ, ସିତାଂଷୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା, ପଲ୍ଟୁ ଦାସ, ଜୀବନ ପରିଡ଼ା, ରତନ୍ ଦାସ, ଗଣେଶ ଭୂୟାଁ, ରବିନ୍ଦ୍ର ବାରିକ, ସେକ୍ ଅବଦୁଲ ସାଦିକ୍, ରାମଚନ୍ଦ୍ର ଦେ, ଯତିନ୍ ଜେନା, ଲକ୍ଷ୍ମୀଧର ପଲାଇ, ଆରତୀ ପଲାଇ, ମାଳତୀ ସାହୁ, ଚୈତନ୍ୟ ଅଣ୍ଡିଆ, ନିର୍ମଳ ପରିଡ଼ା, ସେକ୍ ସିତାରୁଦ୍ଦିନ୍, ଅଶିମ୍ ବେହେରା, ସେକ୍ ହବିବୁଦ୍ଦିନ୍, ନିଖିଳ ଜେନା, ଅଧିର ହୁଇ, ବିମଳ ଦାସ, ମନରୋଞ୍ଜନ ବେହେରା, ସୁଶାନ୍ତ ର୍ମିଧା, ନରେନ୍ ସିଂହ, କୂଳଦିପ ଗିରି, ଉଦିତ୍ ଗିରି, ଭାଗବତ ପ୍ରଧାନ, ରାଜ କୁମାର ଆଚାର୍ଯ୍ୟ, ହିମାଂଶୁ ଆଚାର୍ଯ୍ୟ, ଚନ୍ଦନ ଶତପଥୀ, ସୁଶାନ୍ତ ପରିଡ଼ା, ବିନୋଦ ହାଁସଦା ପ୍ରମୁଖ ବିଭିନ୍ନ ସ୍ଥାନରେ ନେତୃତ୍ୱ ନେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା