

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋଭିଡ ଯୋଦ୍ଧା ଯୁବ ସାମ୍ବାଦିକ ଦେବୀଦତ୍ତ ରଥଙ୍କ ଦ୍ୱାଦଶାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ସାମ୍ବାଦିକଙ୍କ ଅମର ଆତ୍ମାର ସଂଗୀତ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଅତିଥି ରୂପେ ଯୋଗ ଦେଇ କୋଭିଡର ଦ୍ବିତୀୟ ଲୟରରେ ଜିଲ୍ଲାର ଜଣେ ଯୁବ ସାମ୍ବାଦିକ ତଥା ସମାଜସେବୀ ସ୍ୱର୍ଗତ ରଥଙ୍କୁ ହରାଇଥିବାରୁ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅରୁଣା ସ୍ଵେଚ୍ଛାସେବୀ ସଂସ୍ଥାର ସଂଯୋଜକ ଲୋକନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ସୁଦୀପ ସାହୁ, ଚିରଞ୍ଜିତ ରାଜଗୁରୁ, ସମୀର ଆଚାର୍ଯ୍ୟ, ଶ୍ରୀନିବାସ ରାଜନା, ଆର୍ଶୀବାଦ ରାଉତ, କୈଳାଶ ବେହେରା, ସ୍ୱାଧୀନ ସାହୁ ପ୍ରମୁଖ ଗଣମାଧ୍ୟମ ଏବଂ ସମାଜସେବା ଭଳି ପ୍ରମୁଖ କ୍ଷେତ୍ରରେ ସ୍ୱର୍ଗତ ଦେବୀଦତ୍ତଙ୍କ କାର୍ଯ୍ୟଦକ୍ଷତା ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସହରର ବିଜିପୁର ଛକ ନିକଟରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାଗଛ ରୋପଣ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ଦ୍ଦାର ପଟେଲ ବହୁମୁଖୀ ସଙ୍ଘର ସଭାପତି ରାମକୁମାର ପାତ୍ର, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବନ୍ଦିତା ଦାସ, ଶିକ୍ଷକ ୱାଇ ମନମୋହନ, ଜୟ ପ୍ରକାଶ ପଣ୍ଡା, ରାହିଲ ଲିମା, ଅରୁଣାର ସଭାପତି ପଦ୍ମନାଭ ଦାଭେ, ସଂପାଦକ ସୌଦାମିନୀ ରଥ, ପ୍ରଶାନ୍ତ କୁମାର ସ୍ବାଇଁ, ସୂର୍ଯ୍ୟସ୍ମିନ୍ ପଣ୍ଡିତ, ସାମ୍ବାଦିକ କିରଣ ବେହେରା, ଉମା ଶଙ୍କର ମିଶ୍ର, ଶ୍ରାବଣୀ ନାୟକ, ଗୋୖରୀ ଶଙ୍କର ମିଶ୍ର, ଦେବେନ୍ଦ୍ର ବାଡ଼ତ୍ୟା, ସତ୍ୟ ସାହୁ, ସଂଗ୍ରାମ ସାହୁ, ଛାତ୍ର ନେତା ପ୍ରଦୀପ କୁମାର ସାହୁ, ଅଧ୍ୟାପକ ଡା. ହରେକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ଦେବୀଦତ୍ତଙ୍କ ସହ ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଂଞ୍ଜିବନୀ କେନ୍ଦ୍ରରେ ଅନ୍ତେବାସୀଙ୍କ ମଧ୍ୟରେ ନିବିଡ଼ ସଂପର୍କ ରହିଥିବାରୁ ଏହି ଅବସରରେ ସମସ୍ତ ଅନ୍ତେବାସୀଙ୍କୁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

