

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ରଙ୍ଗେଈଲୁଣ୍ଡା ବ୍ଲକ ସଭା ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୁଷଣ, କନିସି ତହସିଲଦାର, ରଙ୍ଗେଈଲୁଣ୍ଡା ବ୍ଲକ ମେଡିକାଲ ଅଫିସର, ସିଡିପିଓ, ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ବ୍ଲକ ପ୍ରଶାସନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ମେମ୍ବର ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କୋଭିଡ୍ ସଂକ୍ରମଣ ପାଇଁ ସରପଞ୍ଚମାନେ ଦକ୍ଷ ନେତୃତ୍ବ ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ଗ୍ରୀନ ଜୋନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗୋପାଳପୁର ଏନଏସି ଗ୍ରୀନ ଜୋନ ହେଇଥିବାରୁ ବିଧାୟକ ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତାଙ୍କ ସମସ୍ତ ଟିମକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା