କୋଭିଦ୍ ଟୀକାକରଣ ହେଲ୍ପ ଡେକ୍ସକୁ ନେଇ ବିଜେପି-ବିଜେଡି ମୁହଁମୁହିଁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ ମଧ୍ୟରେ ନିର୍ମାଣ ହୋଇଥିବା ମାତୃଶିଶୁ ଭବନ ପରିସରରେ କୋଭି୍‌ଧ-୧୯ ଟିକାକରଣ ହୋଇ ଆସୁଥିଲା । କିନ୍ତୁ ୪ ଦିନ ପୁୂର୍ବରୁ ବିଜେପି ପକ୍ଷରୁ ସେଠାରେ ଏକ ଲ୍ପେ ଡେକ୍ସ ଲାଗି ଏକ ତମ୍ବୁ ପକାଯାଇଥିଲା । ସେଥିରେ ପ୍ରଧାନମନ୍ତ୍ରୀ, ଓଡିଶାର ଦୁଇ ମନ୍ତ୍ରୀଙ୍କ ଫଟୋ ଲାଗିଥିବା ବେଳେ ରାଜ୍ୟ ସଭାପତି ଓ ବାଲେଶ୍ୱର ଜିଲା ସଭାପତିଙ୍କ ଫଟୋ ଲାଗିଥିବାରୁ ଆଜି ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି । ପୁଣି ଏହି ହେଲ୍ପ ଡେକ୍ସକୁ ଭାରପ୍ରାପ୍ତ ଡାକ୍ତର ହିଲ୍ଲିପ କୁମାର ପାତ୍ର ଉଦ୍‌ଘାଟନ କରିଥିବାରୁ ତାଙ୍କୁ ମଧ୍ୟ ସମାଲୋଚନା କରାଯାଇଛି । ଘଟଣାଟି ଜିଲା ସ୍ୱାସ୍ଥ୍ୟ ବିଭାଗରେ ଅଭିଯୋଗ ହୋଇଥିବାରୁ ଆଜି ସଂଧ୍ୟାରେ ହେଲ୍ପ ଡେକ୍ସ ତମ୍ବୁକୁ ହଟାଇ ଦିଆଯାଇଛି । ବିଜୁ ଛାତ୍ର ସଭାପତି କାଳିଚରଣ ଦାସ, ଯୁବ ଟାଉନ୍ ସଭାପତି ଆନନ୍ଦ କର, ସୁରଜ ଚୌରାସିଆ, ପ୍ରିତମ ଦାସ, ଚନ୍ଦନ ସାମଲ, ସେକ୍ ସାଇନ୍‌ସା ତୁଲ୍ଲା, ସେକ୍ ନୌସାତ୍‌, ସଂଜୟ ଭୂୟାଁ, ସୀତାକାନ୍ତ କର ପ୍ରମୁଖ ଏପରି ଘଟଣାକୁ ବିରୋଧ କରିଥିଲେ ।