

ପାତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାପାଳ ଓ ଉପଜିଲ୍ଳାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପ୍ରଥମେ ଆଦର୍ଶ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ସିବାସରେ ପହଞ୍ଚି ଉଦଘାଟନ ହେବାକୁ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ସାଜସଜ୍ଜା ଦେଖିଥିଲେ । ଏହାପରେ ପାଇଖାନା ଚଟାଣରେ ପାଣି ଜମା ହେବାକୁ ନେଇ ବ୍ଳକ ପ୍ରଶାସନ ଉପରେ ଖପ୍ପା ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଘାଟନ ପାଇଁ ବନ୍ଧା ହୋଇଥିବା ରିବନ୍କୁ ବାହାର କରି ଦେବାକୁ କହିଥିଲେ । ଜିଲ୍ଲାର ସିତଳାପଲ୍ଲୀ ଠାରେ ରୋଗୀଙ୍କୁ ଯେଉଁ ସବୁ ସୁବିଧା ମିଳୁଛି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ କରାଯିବ ବୋଲି କହିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରକାଶ ଦାସ, ବିଇଓ କାରେସୁ ସେଠୀ, ସରପଂଚ ଝୁନୁ ସେଠୀ, ଅଙ୍ଗନବାଡ଼ି କର୍ମୀ, ସିଆରସିସି ଟୁଟୁ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


Thank u collector sir..your contribution to serve people is so grateful for society..but if possible ..u may appoint mental health counselors in ganjam district or also vivid centre.i m also a counselling psychologist who want to people mentally healthy..if possible please inform me or contact me 9542313961 Psy K N Rani. berhampur. Ganjam.