କୋରନା ସଚେତନତା ବାର୍ତ୍ତା ବାଣ୍ଟିଲେ ଜିଲ୍ଲାପାଳ…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) କରୋନାକୁ ନେଇ ଗଞ୍ଜାମ ଜିଲ୍ଲା ରାଜ୍ୟରେ ଏକ ନମ୍ବରରେ ଥିବା ବେଳେ ଏବେ ପ୍ରଶାସନ, ସ୍ୱାସ୍ଥ୍ୟକର୍ମୀ ଓ ଜନ ପ୍ରତିନିଧି ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସି ମାତ୍ର ୯୭ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ଗସ୍ତ କରି କୋରନା ମୁକ୍ତ ଗଢିବାକୁ ପରାମର୍ଶ ଦେଇଛନ୍ତି । ଯେତେଦିନ ପର୍ଯ୍ୟନ୍ତ କୋରନାର କୌଣସି ଔଷଧ ବାହାରି ନାହିଁ ସେତେଦିନ ପର୍ଯ୍ୟନ୍ତ ଆମକୁ ପର୍ବ ପର୍ବାଣୀ, ସଭା ସମିତି ଓ ବିଭିନ୍ନ ଉତ୍ସବ ପାଳନ କରିବା ଉପରେ ସତର୍କ ରହିବାକୁ ପଡିବ । ଭିଡ଼ ଯୋଗୁଁ କୋରନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଦୋକାନୀ ମାନେ ମଧ୍ୟ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବ୍ୟାରିକେଡ ନିର୍ମାଣ ପରି ୫ସୂତ୍ର ପାଳନ କରିବା ସହ ଆମେ ଯଦି ନିୟମ ନ ମାନିବା ତାହେଲେ କୋରନା ପୁଣି ଫେରିବ।ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ । ଆଜି କୋରନାର ଶେଷ ସଭାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ବି.ଡି ଓ ସୁରେଶ ଚନ୍ଦ୍ର ପଣ୍ଡା, ତହସିଲଦାର ବାସୁଦେବ ପାଣ୍ଡେ, ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁ, ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଓ ବହୁ ଅଧ୍ୟାପକ, କନ୍ଧମାଳ ସାସଂଦ ପ୍ରତିନିଧି ବିପ୍ରଚରଣ ବାରିକ, ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ, ଅନାଦି ବେହେରା, ଅଧକ୍ଷା ଗୀତାଞ୍ଜଳି ବେହେରା ଓ ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।