କୋଲକତାର ସୁନାଗାଛିର ମଜା ଏବେ ଜଳେଶ୍ୱରରେ:ବନ୍ଦ କୋଠରୀରୁ ଯୁବକ ଯୁବତୀଙ୍କୁ ଧରି ଥାନାରେ ଦେଲେ ଗାଁ ଲୋକେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନ ଥିଲା କଲକତାର ସୁନାଗାଛି କହିଲେ ଦେହଜିବୀଙ୍କ ଚରାଭୂଇଁ ବୁଝାଉଥିଲା । ସେ ଅଂଚଳକୁ ରେଡ ଲାଇଟ୍ ଅଂଚଳ ନାମରେ ନାମିତ କରାଯାଇଥିଲା । ଦେହଜିବୀ ଆସକ୍ତ ଯୁବକ ସେ ଅଂଚଳକୁ ଯାଇ ନିଜର କାମନା, ବାସନା ପୂରଣ ସାରି ଫେରୁଥିଲେ । ଏଥିରେ ଗ୍ରାହକଙ୍କୁ କିଛି ଅର୍ଥ ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହି ବ୍ୟବସ୍ଥା ମେଦନୀପୁର ଓ ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱର ଥାନା ଅନ୍ତର୍ଗତ ସୀମାନ୍ତ ଗ୍ରାମ କୃଷ୍ଣ ନଗରରେ ଦେଖିବାକୁ ମିଳୁଛି । ପଶ୍ଚିମବଂଗର ଯୁବତୀ କୃଷ୍ଣନଗରର ଏକ ନିର୍ଦ୍ଦିଷ୍ଟ ଘରକୁ ଆସି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏପରି ଘଟଣା ସେ ଅଂଚଳରେ ବହୁଦିନରୁ ଚାଲି ଆସୁଥିବାର ସୁରାକ ପାଇ ସ୍ଥାନୀୟ ଗ୍ରାମବାସୀମାନେ ଘଟଣାର ପର୍ଦ୍ଦାଫାସ କରିବାକୁ ଉଦ୍ୟମ କରିଥିଲେ । ଶୁକ୍ରବାର ରାତିରେ କୋଲକତାର ବହୁବଜାର ଅଂଚଳ ନିବାସୀ ତଥା ସୁନାଗାଛିର ସ୍ୱୀକୃତିପ୍ରାପ୍ତ ଦେହଜିବୀ ଦ୍ୱୟକୁ ଆଣି ଏଠାରେ ଅନୈତିକ କାର୍ଯ୍ୟରେ ଲଗାଇଥିଲେ । ଜଳେଶ୍ୱର ମ୍ୟୁନିସିପାଲ୍ଟି ଅଂଚଳର କେତେକ ବ୍ୟକ୍ତି ଏପରି କାର୍ଯ୍ୟ କରି ଆସୁଥିବାରୁ ଏବଂ ଶୁକ୍ରବାର ରାତିରେ ଉକ୍ତରଘରର କୋଠରୀ ବନ୍ଦ ଥିବା ଦେଖି ଗାଁ ଲୋକେ ଘେରି ଯାଇଥିଲେ । ବଂଦକୋଠରୀରୁ ଝାଡେଶ୍ୱରପୁର ଗାଁର ଆଝାର ଖାଁ ସହିତ କୋଲକତାର ସ୍ୱୀକୃତୀପ୍ରାପ୍ତ ଦେହଜିବୀ ଉଦ୍ଧାରକରି ଥାନାରେ ଜମାଦେବାପରେ ୧୮୬/୧୯ମୂଳେ ଏକ ମାମଲା ରୁଜୁ କରାଯାଇଛି । ଏପରି ଘଟଣା ସ୍ଥାନୀୟ ଅଂଚଳରେ ଏକ ଆଲୋଡନ ସୃଷ୍ଟି କରିଛି ।

ରିପୋର୍ଟ : ଭୂପତି କୁମାର ପରିଡା