
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମର ଏଣ୍ଡୁ ସବର ପାରଳାଖେମୁଣ୍ଡି ରୁନିଜ ମୋଟର ସାଇକେଲରେ ଗାରାଵନ୍ଧ ଯାଉଥିଵାବେଳେ ଆନ୍ଧ୍ର ପ୍ରଦେଶର ଶ୍ରୀକାଗକୁଲମ ଜିଲ୍ଲା ମେଳିଆପୁଟି ମଣ୍ଡଳର କଷମଳା ଗ୍ରାମ ଠାରେ କଲଭର୍ଟକୁ ଧକ୍କା କରି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାଇ ମେଳିଆପୁଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା