ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦୀଘାରୁ ଗୋପାଳପୁର ୪୧୫ କିଲୋମିଟରର କୋଷ୍ଟାଲ ହାଇୱେ ନିର୍ମାଣକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି । ୯ ହଜାର କୋଟିର ଏହି ପ୍ରକଳ୍ପ ହେଲେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ ସେଥିପାଇଁ ଏହି ପ୍ରକଳ୍ପକୁ କରାଇ ନଦେବା ପାଇଁ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର କରିଛନ୍ତି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ବିଧାୟକ ସଂଜୟ ଦାଶବର୍ମା ବିନା ତଥ୍ୟ ପ୍ରମାଣ ଆଧାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିଧାୟକ ସଂଜୟ ଦାଶବର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦେଇଛନ୍ତି । ବିଗତ କିଛିି ଦିନ ମଧ୍ୟରେ ଓଡିଶାର ବିଭିନ୍ନ ଅଂଚଳକୁ ଗସ୍ତ କରି ୨୦ ହଜାର କୋଟିରୁ ଉଦ୍ଦ୍ୱର୍ ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତା, ପେଟ୍ରୋଲିୟମ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ରେଳ, ପାସପୋର୍ଟ ଏ ସବୁ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଓଡିଶାରେ କାମ ଆରମ୍ଭ କରାଯାଇଛି । ମାତ୍ର ଓଡିଶା ସରକାର ଇର୍ଷା ପରାୟଣ ହୋଇ ମୋଦି ସରକାରଙ୍କ କାମକୁ କରେଇ ଦେଉନାହାନ୍ତିା ଓଡିଶାର ବିକାଶ ନହେଉ ପଛେ, ଯୁବକଙ୍କୁ ରୋଜଗାର ନମିଳୁ ପଛେ, ଭାରତ ସରକାରଙ୍କ ଟଙ୍କା ଓଡିଶାରେ ଖର୍ଚ୍ଚ ନହେଉ ପଛେ ସେମାନେ ମୋଦିଙ୍କ ଉପରେ ଇର୍ଷା କରିଚାଲିବେ ଏପରି ନିଷ୍ପତି ରାଜ୍ୟ ମୁଖ୍ୟମନ୍ତ୍ରୀ ନେଇଛନ୍ତି । ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ସାଢେ ୪୧୫ କିମି ରାସ୍ତା ୨୦୧୬ ମସିହାରେ ଭାରତ ସରକାରଙ୍କର ସଡକ, ପରିବହନ ମନ୍ତ୍ରାଳୟ ଭାରତମାଳା ପ୍ରକଳ୍ପରେ ଅନ୍ତର୍ଗତ କରି ତାର କାମ ଆରମ୍ଭ କଲେ । ୨୦୧୬ ପ୍ରାରମ୍ଭରେ ଏଥିପାଇଁ କନ୍ସଲଟାଂଟ୍ ନିଯୁକ୍ତି କରାଗଲା ଏବଂ ପ୍ରସ୍ତାବିତ ଆଲାଇନମେଂଟ ମଧ୍ୟ ତିଆରି କରାଗଲା । ସେହି ଆଲାଇନମେଂଟର ପ୍ରଥମ ବୈଠକ ଓଡିଶାର ତକ୍ରକାଳୀନ ଆଡିସିନାଲ୍ ଚିଫ୍ ସେକ୍ରେଟାରୀ ତଥା ଡେଭଲପମେଂଟ କମିଶନରଙ୍କ ସହ ବସିଲା । ଏକ ଗେଜେଟ୍ ବା ଆକ୍ଟ ମାଧ୍ୟମରେ ଏହାକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଗଲା । ଏହାବ୍ୟତିତ ଏହାର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶରେ ୧୫ ଜଣ କମ୍ପିଟେଂଟ୍ ଅଥୋରିଟିଙ୍କୁ ମଧ୍ୟ ନିଯୁକ୍ତ କରାଗଲା । ୨୦୧୭ରେ ଫିଲ୍ଡ ସ୍ତରରେ ଏହି କାମ ଚାଲିଲା । ପରବର୍ତୀ ଅବସ୍ଥାରେ ଭାରତ ସରକାର ସ୍ତରରେ ଭାରତ ସରକାରଙ୍କ ସଚିବ ୨୪.୭.୨୦୧୮ରେ ଏହାର ଫାଇନାଲ ଆପ୍ରୁଭାଲ୍ ଦେଲେ । ଏହି ନିର୍ଦ୍ଦେଶ ପରେ ଭାରତ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଉକ୍ତ ତଥ୍ୟ ବିଷୟରେ ଅବଗତ କରାଇଦିଆଗଲା । ଏବଂ ଏହି ପ୍ରକଳ୍ପ ଗୁଡିକ ପାଇଁ ଜମିଅଧିଗ୍ରହଣ, ଜଙ୍ଗଲ କ୍ଲିୟରାନ୍ସ, ସିଆରଜେଡ୍, ୟୁଟିଲିଟି ସିଫିଙ୍ଗ ୪ଟି ସହାୟତା ରାଜ୍ୟ ସରକାରଙ୍କୁ ମଗାଗଲା । ଏନଏଚଏଆଇ ମଧ୍ୟ ଏକ ଚିଠି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦେଲେ । ୧୯୫୬ ଆକ୍ଟ ବଳରେ ସମସ୍ତଙ୍କ ପରାମର୍ଶ ପରେ ଆଲାଇନମେଂଟ ଫାଇନାଲ କରିବାର ଅଧିକାର ଭାରତ ସରକାରଙ୍କ ପାଖରେ ଅଛି । ରାଜ୍ୟ ସରକାରଙ୍କୁ ୪ଟି ବିଷୟରେ ସହଯୋଗ ମଗାଯିବା ସହ କମ୍ପିଟାଂଟ ଅଥୋରିଟି ମଧ୍ୟ ନିଯୁକ୍ତ କରାଗଲା । ଏଥିପାଇଁ ଫାଇନାଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲା । ଚିଲିକା ଉପରେ ବିଶେଷ କରି କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଅଂଚଳକୁ ଯୋଡିବା ପାଇଁ ପାଖାପାଖିି ୫୦୦ କୋଟି ଟଙ୍କାର ଗୋଟିଏ ବ୍ରିଜ୍ ବ୍ରହ୍ମପୁରା ଓ ମଇଷା ଗାଁ ଦେଇ ବ୍ରିଜ୍ ହୋଇଥାନ୍ତା । ୯ଟି ପ୍ୟାକେଜରେ ଏହି ପୂଜା ୪୧୫ କିମି ରାସ୍ତାକୁ ବିିଭକ୍ତ କରାଯାଇଛି । ଏଥିମଧ୍ୟରୁ ଗୋଟେ ପ୍ୟାକେଜ ହେଲା ଏହି ବ୍ରିଜ୍ । ଏଥିପାଇଁ ଜମି ଦରକାର ନଥିଲେ ସୁଦ୍ଧା ସିଆରଜେଡ୍ ଅନୁମତି ଦରକାର ଥିଲା । ଏହାସହ ଓଡିଶା କୋଷ୍ଟାଲ ଜୋନ୍ ଅଥରିଟି ଏଥିପାଇଁ ମଧ୍ୟ ଅମୁମତି ଦେବା ଦରକାର ଥିଲା । ୮ ନଭେମ୍ବର ୨୦୧୮ରୁ ସିଆରଜେଡ୍ ପ୍ରସ୍ତାବ ଜହ୍ନିକୁଦଠୁ ବାଙ୍କିଜାଲ ପ୍ୟାକେଜ୍ – ୩ ଓଡିଶା କୋଷ୍ଟାଲ ଜୋନର ମେମ୍ବର ସେକ୍ରେଟ୍ରିଙ୍କୁ ଦରଖାସ୍ତ ଦିଆଗଲା । ବାରମ୍ବାର ଏଥିପାଇଁ ଅନୁରୋଧ କରାଗଲା । ୦୬.୧୨.୨୦୧୮ରେ ଓଡିଶା କୋଷ୍ଟାଲ ଜୋନ ବିଭଗର ଉକ୍ତ ସେକ୍ରେଟାରୀଙ୍କୁ ସବୁ କ୍ଲାରିଫିକେସନ ଦିଆଗଲା । କିନ୍ତୁ ବାରମ୍ବାର ଅନୁରୋଧ ସତ୍ୱେ ପରବର୍ତୀ ପର୍ଯ୍ୟାୟରେ ଏହା ହୋଇପାରିଲା ନାହିଁ ।
ରିପୋର୍ଟ : ଆକାଶ ମିଶ୍ର