





ଛତ୍ରପୁର (ସମୃଦ୍ଧ ଓଡିଶା)ଛତ୍ରପୁର ଅନସ୍ଲୋ ଅନୁଷ୍ଠାନ ମିନି ଷ୍ଟାଡିୟମ ଠାରେ ନେହୁରୁ ଯୁବ କେନ୍ଦ୍ର ଏବଂ ଛତ୍ରପୁର କ୍ରାନ୍ତିବୀର ଯୁବ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଆଥଲେଟିକ ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧୀକ ଯୁବ ଛାତ୍ର/ଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ଅବିନାଶ ଶତପଥୀ, କ୍ରାନ୍ତୀ ଯୁବ ଛାତ୍ର ସଂଘ ର ସଭାପତି ଇଜୁଆମିନ ଖାନ୍, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ ଓ ପିଇଟି ଶିକ୍ଷକ ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମଶାଲ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।ଏହି ପ୍ରତିଯୋଗିତାରେ କବାଡି, ଖୋଖେ, ଭଲିବଲ ଏବଂ ଦୈାଡ ୧୦୦ମି, ୨୦୦ମି, ୪୦୦ମି ଓ ୮୦୦ମି , ହାଇଯମ୍ପ, ସଟଫୁଟ, ଡିସ୍କସ୍ ଆଦି ଅନୁଷ୍ଠିତ ହୋଇଥିଲା ଏଥିରେ ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗନେଇଥିଲେ । ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଡିଏସପି ହେଡକ୍ୱାଟର ଦିଲ୍ଲୀପ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପୂର୍ବତନ କାଉନସିଲର ବି.ରାଜୁବାବୁ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପୂର୍ବତନ ଛାତ୍ର ସଂସଦ ସଭାପତି ଭବାନୀ କାନ୍ତ ସାହୁ, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ନେହୁରୁ ଯୁବ କେନ୍ଦ୍ରର ପ୍ରୋଗ୍ରାମ ଅଫିସର ବିନ୍ଧ୍ୟାଲାଲ ଚୈାହାନ, ଜିଲ୍ଲା ସଂଯୋଜକ ସୁଦାମ ଚରଣ ସାବତ, ଜିଲ୍ଲା ଏନଏସଏସ ଅଧିକାରୀ ସତିଶ୍ ନାୟକ ଅତିଥୀ ରୂପେ ଯୋଗଦେଇ କୃତୀ ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ରିପୋର୍ଟ : ନିମାଇଁ ଚରଣ ପଣ୍ଡା