

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି କ୍ରାନ୍ତି ଦିବସ ଅବସରରେ ଢେଙ୍କାନାଳର ଶହୀଦ ବାଜି ରାଉତ ସ୍ମୃତି ପୀଠ ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ତରଫରୁ ଦେଶ ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏଥିରେ ଢେଙ୍କାନାଳ ଯୁବମୋର୍ଚ୍ଚା ସଭାପତି ପଦ୍ମଭୂଷଣ ସାହୁ, ରାଜ୍ୟ ଯୁବମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜନ ପାଣି, ସାଧାରଣ ସମ୍ପାଦକ ରଞ୍ଜିତ ଵିଶାଲ,ସଂମ୍ପାଦକ ମହାଦୀପ ଯଶୋବନ୍ତ ମହିମା, ଉପସଭାପତି ମିଲୁ ଭୁଇଁଆ, ନଗର ସଭାପତି ପ୍ରଦ୍ୟୁମ୍ନ ସାହୁ, ନଗର ଉପସଭାପତି ରମ୍ୟ ରଞ୍ଜନ ମହାପାତ୍ର, ସଂକଳ୍ପ ଦାସ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଶୁଭମ ପାଣି