

ଗଞ୍ଜାମ (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ବ୍ଲକର ମାଳି ଜଗନ୍ନାଥପୁର ବାଲିଲୋକନାଥ ମନ୍ଦିର ନିକଟସ୍ଥ ଏରିଆରେ କ୍ରାନ୍ତି ଯୁବ ଛାତ୍ରସଂଘ ଓ ଋଷିକୁଲ୍ୟା ରୟିତ ଚାରିଟେବୁଲ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଉପସ୍ଥିତିରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଷ୍ଟି ସିମାଞ୍ଚଳ ନାହାକ, ସଂଘ ସଭାପତି ଇଜୁ ଆମିନ୍ ଖାନ୍, ସରପଞ୍ଚ ଶ୍ୟାମା ରେଡି, ବନମାଳୀ ମହାପାତ୍ର, ମହେଶ ଗୌଡ, ଅକ୍ଷୟ ପ୍ରଧାନ ଓ ଧୀରେନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଏହାସହ ଜିଲ୍ଲାପାଳ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଭୂୟଂସି ପ୍ରସଂଶା କରି ଆହୁରି ଏହାକୁ ବ୍ୟାପକ କରିବାକୁ କହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
