ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଜଣାଣୁଣା କ୍ରୀଡ଼ାବିତ୍ ତଥା ରାଜ୍ୟ ଭାରୋତ୍ତୋଳନ ସଂଘର ସାଧାରଣ ସମ୍ପାଦକ ନାରାୟଣ ସାହୁଙ୍କ ମାତା ସାଧବାଣୀ ସାହୁଙ୍କ ୯୩ ବର୍ଷ ବୟସରେ ଗତ ୩ ତାରିଖରେ ସ୍ଥାନୀୟ ଜଉରା ସାହିସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ସାହୁ ବୀରହନୁମାନ କ୍ଳବର ପ୍ରତିଷ୍ଠାତା ସ୍ୱର୍ଗତ ମଥୁରାନନ୍ଦ ସାହୁଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଜଣେ ସମାଜସେବୀ,ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ବେଶ୍ ପରିଚିତ ଥିଲେ । ଜଉରା ସାହିସ୍ଥିତଶ୍ମଶାନରେ ତାଙ୍କ ଜ୍ୟେଷ୍ଠ ପୁତ୍ର ନାରାୟଣ ସାହୁ ମୁଖାଗ୍ନି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ତିନି ପୁଅ, ତିନି ଝିଅ, ପରିବାର ସଦସ୍ୟ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି । ଖବର ପାଇ ରାଜ୍ୟ ଭାରୋତ୍ତୋଳନ ସଂଘର ସଭାପତି ଚିତ୍ତରଞ୍ଜନ ସ୍ୱାଇଁ, ରାଜ୍ୟ ଉପସଭାପତି ତଥା ଜିଲା ସଭାପତି କୁମୁଦ ଚନ୍ଦ୍ର ସାହୁ, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, କ୍ରୀଡ଼ାଛାତ୍ରାବାସ ଭାରୋତ୍ତୋଳନର କୋଚ୍ ସୀତା ଜେନା, ରମେଶ ପାଢ଼ୀ ଓ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା