ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କୋରଡା କ୍ଲଷ୍ଟରର କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି” ଅନୁଷ୍ଠିତ ହୋଇଯାଇଛି । କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅସିତ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଵାଳା ମାଝୀ, ଏବିଇଓ ସିୟୁଏମ ବିଆରସିସି, ତତ ସହିତ ସମ୍ମାନିତ ଅତିଥି ଭାବେ ଅଙ୍କୋରଡା ସିଆରସିସି ଶ୍ରୀମତୀ ସ୍ଵୟମପ୍ରଭା ପଟ୍ଟନାୟକ, କେ.ସାମନ୍ତାପୁର ପ୍ରଧାନ ଶିକ୍ଷକ ଦେବରାଜ ସାବତ, ପତାଣ୍ଡ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ବେହେରା, ଶିକ୍ଷକ ସଦାନନ୍ଦ ପଟ୍ଟନାୟକ, କୁଶପଡା ସ୍କୁଲର ଶିକ୍ଷକ, ଟିଟୁ ସେଠି ଓ ସୁବ୍ରତ ପଣ୍ଡା, ଚାଞ୍ଚରଡା ଏଚଏସର ପ୍ରଧାନ ଶିକ୍ଷକ ବି. ସିମାଞ୍ଚଳ ପାତ୍ର, ଭୁସୁଣ୍ଡା ପିଏସ ଶିକ୍ଷକ ସ୍ମିତାମୟୀ ତ୍ରିପାଠୀ, ରାଜପୁର ପିଏସର ସୁବାସିନୀ ସାହୁ, ଅଙ୍କୋରଡା ପିୟୁପିଏସର ମୌସୁମୀ ମହାରଣା, ନବରଙ୍ଗପୁର ପିଏସର ଆଖଣ୍ଡଳମଣି ନାୟକ, ବିଆରଟି ସୁଶାନ୍ତ କୁମାର ପ୍ରଧାନ, ଶିକ୍ଷକ ବରୋଦା କାନ୍ତ ପରିଡା, ୱାର୍ଡମେମ୍ବର କେ. ଦୁଃଖୀ ଦୋରା, ଅର୍ଜୁନ ରଣା ଏବଂ ବିଦ୍ୟାଳୟ ସଭାପତି କୁରସୁରଣା ଯୋଗ ଦେଇଥିଲେ । ଏହାସହ କୁଶପଡା ଏମଇଏସ, କେଦାରପୁର ପି ୟୁପିଏସ, ପତାଣ୍ଡ ୟୁଜିଏଚଏସ, କେ.ସାମନ୍ତରାପୁର ପିୟୁପିଏସ, ଅଙ୍କୋରଡା ଏମଇଏସ, ଚାଞ୍ଚରଡା ୟୁଜିଏଚଏସ, ନବରଙ୍ଗପୁର ପିଏସ, ଜାଜପୁର ପିଏସ, ଭୁସୁଣ୍ଡା ପିଏସ, ନନ୍ଦ ଗାଁ ପିଏସ, ଭୀମଦେଇପୁତ୍ର ପିଏସଙ୍କ ସମେତ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ରାମ ଚନ୍ଦ୍ର ସେଠି, ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ସ୍ଵୟମପ୍ରଭା ପଟ୍ଟନାୟକ ଏବଂ ଶିକ୍ଷକ କୃଷ୍ଣମୃତ୍ତି ଦୋରା, ଶୁଭଶ୍ରୀ ସାହୁ, ପ୍ରଭାକର ଘଢେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବକୃତା, ବିତର୍କ ପ୍ରବନ୍ଧ, ସୃଜନଶୀଳ ଲିଖନ, ସ୍ମୃତିଲିଖନ, କୁଇଜ, ଚିତ୍ର, ସଙ୍ଗୀତ, ନୃତ୍ୟ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପ୍ରତ୍ୟେକ ବିଭାଗରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଛାତ୍ରଛାତ୍ରୀମାନଙ୍କୁ ଆମେ ପଢ଼ିବୁ ଗଢ଼ିବୁ ଶ୍ରେଷ୍ଠ ହେବୁ ସତ୍ୟ ପାଠ କରାଇଥିଲେ ।
ରିପୋର୍ଟ : ଗୋପୀନାଥ ପଟ୍ଟନାୟକ