ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବିଭିନ୍ନ କ୍ଵାରେଣ୍ଟାଇନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ସନ୍ଧ୍ୟା ୬ଘଟିକା ସମୟରେ ପ୍ରବାସୀ ଓଡ଼ିଆ ଓ ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା ଏବଂ କରୋନା ଭଳି ମହାମାରୀକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଶପଥ ପାଠ, ସାମାଜିକ ଦୂରତ୍ୱ ସହିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରା.ରା.ପୁର ଓ କୋଟସାହି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇ ଯାଇଛି । ରା.ରା.ପୁର ଠାରେ ସରପଞ୍ଚ ପ୍ରତିନିଧି ପ୍ରବୀର କୁମାର ଦାସ, ସମାଜସେବୀ ମଧୁସୂଦନ ସେନାପତି, କ୍ଵାରେଣ୍ଟାଇନ କେନ୍ଦ୍ରର ନୋଡାଲ ଅଧିକାରୀ ପ୍ରବୀର କୁମାର ପ୍ରଧାନ, ସମାଜସେବୀ ସପନ କୁମାର ଦାସ, ଆଇନଜୀବି ବିନୋଦ କୁମାର ଗିରି, ସୁବାସ ବେହେରା, କିରଣ କୁମାର ବେହେରା, ମନୋରଞ୍ଜନ ଦଳାଇ, ଭଗୀରଥ ପାଳ, ସୁଶାନ୍ତ ଦାସ,ଓ ଅନ୍ୟମାନଙ୍କ ସହିତ ପ୍ରବାସୀ ଓଡ଼ିଆ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ କୋଟସାହି ଗ୍ରାମ ପଞ୍ଚାୟତରେ ସରପଞ୍ଚ ମଞ୍ଜୁବାଳା ପ୍ରଧାନ, ନୋଡାଲ ଅଫିସର ଦେବେନ୍ଦ୍ର କୁମାର ରାଜ, ଶିକ୍ଷକ ତପନ କୁମାର ସାହୁ, ସାମ୍ବାଦିକ ଭୂପତି କୁମାର ପରିଡ଼ା, ନାଏବ ସରପଞ୍ଚ ତପନ କୁମାର ବେହେରା ସଭ୍ୟ ବିଶ୍ୱମ୍ବର ନାଥ, ସିଆରପି ସୁବାସିନି ମହାନ୍ତି, ଆଶାଲତା ନନ୍ଦୀ, କାଞ୍ଚନ ବାଳା ପରିଡ଼ା, ମଞ୍ଜୁଲତା ଦତ୍ତ, ସୁପ୍ରଭା ଜେନା, ଲକ୍ଷ୍ମୀପ୍ରିୟା ଗିରି, ଗୌରୀମଣି ଜେନା ଓ ସ୍ଵେଚ୍ଛାସେବୀ ସୁଜିତ କୁମାର ଜେନା ଓ କୋଟସାହି କ୍ଵାରେଣ୍ଟାଇନ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀ ଭାଇ ଭଊଣୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା